Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-04-2021
Share:

By Village Missionary Movement

Thursday, 29-Apr-2021

ଆଜିର ବାକ୍ୟ (Oriya) 29-04-2021

ବାକ୍ୟରେ ନୁହେଁ ହାତରେ 

“କାରଣ ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ ।“ - କରିନ୍ଥୀୟ 4:20

ଗୋଟିଏ ଗ୍ରାମରେ ବାସ କରୁଥିବା ଭକ୍ତିପୂତ ଜଣେ ଭାଇ ପ୍ରଭୁଙ୍କର ନିମନ୍ତେ ସାକ୍ଷୀ ଭାବରେ  ଜୀବନଯାପନର  ବିଧାନ ରୂପେ  ତାର ସାର୍ଟର ଆଗରେ  ଓ ପଛରେ ବାକ୍ୟ ଗୁଡିକ ଟଙ୍ଗାଇ ରାସ୍ତାରେ ଯାଉଥାଏ !ସେଥିପାଇଁ ସେହି ଗ୍ରାମର ଅନେକ ଲୋକ ତାଙ୍କୁ ପାଗଳ ବୋଲି ଡାକୁଥାନ୍ତି !କିଛି ବର୍ଷ ପରେ ବାକ୍ୟ ବଦଳରେ ତାର ସାର୍ଟର ଆଗରେ ମୁ ଖ୍ରୀଷ୍ଟଙ୍କ ନିମନ୍ତେ ପାଗଳ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖିଲେ !ସାର୍ଟର ପଛରେ ତୁମେ କାହା ନିମନ୍ତେ ପାଗଳ ବୋଲି ବାକ୍ୟକୁ ବଡ଼ ବଡ଼ କରି ଲେଖିଲେ !ବର୍ତମାନ ତାଙ୍କୁ ଅଟହାସ୍ୟ କରୁଥିବା ଅନେକ ଲୋକ ଏହି ପ୍ରଶ୍ନର ଉତ୍ତର ଦେଇପାରିଲେନି !ସେହି ଗ୍ରାମର ଲୋକମାନେ ଆଲୋଚନା କରିବାକୁ ଲାଗିଲେ !ସେ ସେହି ସାର୍ଟରେ ଲେଖା ଯାଇଥିବା ବାକ୍ୟ ଅନୁସାରେ ଜୀବନଯାପନ କରିବା ଅନେକ ଲୋକ ଦେଖି, ତାଙ୍କ ଦ୍ଵାରା ଯୀଶୁଙ୍କୁ ବିଶ୍ୱାସ କଲେ !

ପାଉଲ ପ୍ରଭୁଙ୍କର ବିଷୟରେ ପ୍ରକାଶ କରିବା ବେଳେ କେତେକ ସ୍ଥାନରେ ତାଙ୍କୁ ପାଗଳ ବୋଲି ବିରୁଧି ଦେଉଥାନ୍ତି !ମାତ୍ର ତାହା ତାଙ୍କୁ ଦୁଃଖିତ କରିନାହିଁ !ପାଉଲ ଯାହା ଲୋକଙ୍କ ଠାରେ ପ୍ରକାଶ କଲେ କି ସେହି ପ୍ରକାରେ ସେ ଜୀବନଯାପନ କଲା !ସେଥିପାଇଁ ସେ ଅନେକ ପତ୍ର ଲେଖି ପାରିଥିଲା !ଅନେକ ସ୍ଥାନକୁ ଯାଇ ସୁସମାଚାର କରି ପାରିଥିଲା !ସେହିପରି ଶାମୂଏଲ ମଧ୍ୟ ପରମେଶ୍ୱରଙ୍କ ବାକ୍ୟକୁ ପାଳନ କରି ସେହିପରି ଜୀବନଯାପନ କରି ଆସିଲା !ସେ ପ୍ରବକ୍ତା ରୂପେ ଇଶ୍ରାଏଲ ଜନତାଙ୍କୁ ଉପଦେଶ କରି କଢ଼ାଇ ଆଣିଲା !ଏବଂ ତାଙ୍କ  ବୃଦ୍ଧ ଅବସ୍ଥାରେ,ସେ କିଛି ଅନ୍ୟାୟ କରି ନାହିଁ, ଯେକୌଣସି ଅସୁବିଧା କରି ନାହିଁ, ଯେକୌଣସି ଦୋଷ ତାଙ୍କ ଠାରେ ଦେଖା ଯାଇ ନାହିଁ, ବୋଲି ଇଶ୍ରାଏଲ ଜନତା ଶାମୂଏଲଙ୍କ ବିଷୟରେ ଉତ୍ତମ ସାକ୍ଷୀ ଦେଲେ !ତାଙ୍କ ଜୀବନଯାପନ ଦେଖିଥିବା ଇଶ୍ରାଏଲ ଜନତା ଶାମୂଏଲର କଥାକୁ ମାନି ନେଉଥାନ୍ତି !ରାଜାମାନେ ମଧ୍ୟ ମାନୁଥାନ୍ତି !ଶାମୂଏଲର ବାକ୍ୟ ପରମେଶ୍ୱରଙ୍କ ବାକ୍ୟ ଭାବରେ ଜନତା ବିଶ୍ୱାସ କରୁଥାନ୍ତି !

ମୋର ପ୍ରିୟ ବନ୍ଧୁଗଣ କଥା ଠାରୁ କାର୍ଯ୍ୟ ମୂଲ୍ୟବାନ ଅଟେ !ଆପଣ କଥା କୁହାରି ନ ହୋଇ କାର୍ଯ୍ୟକାରି ଭାବରେ ଜୀବନଯାପନ ଭାବରେ  ଦେଖା ହୋଇ  ରୁହନ୍ତୁ !ଶିଶ୍ୟମାନେ ଖ୍ରୀଷ୍ଟଙ୍କ ପରି ଜୀବନଯାପନ କରିବା ଆରମ୍ଭ କରିବାରୁ, ସେମାନଙ୍କୁ  ଖ୍ରୀଷ୍ଟିଆନ ବୋଲି ନାମକରଣ ଆସିଲା !ଯୀଶୁଖ୍ରୀଷ୍ଟ କଥା କୁହାରି ନ ହୋଇ କାର୍ଯ୍ୟକାରି ଭାବରେ ଜୀବନଯାପନ କରି ଯାଉଥାନ୍ତି !ଆପଣଙ୍କ ଜୀବନଯାପନ ଦେଖୁଥିବା ଲୋକଗଣ, ଅପଣଂକ ପରିବାର ଲୋକଗଣ, ତୁମ୍ଭଙ୍କୁ ଖ୍ରୀଷ୍ଟିଆନ ବୋଲି ସାକ୍ଷୀ ଦେଇ ପାରିବେ କି ? ଆଲୋଚନା କରିବା !ସ୍ୱର୍ଗ ରାଜ୍ୟରେ ଆମ କାର୍ଯ୍ୟର ଫଳ, ଆମ ବାକ୍ୟରେ ବ୍ୟକ୍ତ ହୁଏ !ଆମ ଚାଲିଚଳଣିରେ ଉଚ୍ଚାହିତ ହୋଇ ରହିବା !ଆମକୁ ଦେଖୁଥିବା ଲୋକଙ୍କର  ଚକ୍ଷୁ ଆମ ଠାରେ ଖ୍ରୀଷ୍ଟଙ୍କୁ ଦେଖୁ !
-    ୱାଇ. ଗୁଣା ଶିଳାନ 

ପ୍ରାର୍ଥନା କରନ୍ତୁ :-
ନିଶା ଦ୍ରବ୍ୟରେ ଦାସତ୍ଵ ବ୍ୟକ୍ତିମାନେ ଆମ ଫିସ କେନ୍ଦ୍ର ଦ୍ଵାରା ବିମୋଚନ ହୋଇ ସେଠାରୁ ଫେରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.