By Village Missionary Movement
Thursday, 03-Oct-2024ଆଜିର ବାକ୍ୟ (Oriya) 03-10-2024
ତ୍ରିଏକ ପ୍ରଭୁଙ୍କ ଆଶୀର୍ବାଦ
“ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ !” – ୨ ୟ କରିନ୍ଥୀୟ ୧୩:୧୪
ପବିତ୍ର ବାଇବଲରେ ଏକ ପ୍ରଭୁର ଅର୍ଥ ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ବୋଲି କୁହାଯାଏ !ତେଣୁ ଆମ ଇଶ୍ୱର ତ୍ରିଏକ ପ୍ରଭୁ ଭାବରେ କାର୍ଯ୍ୟ କରୁଛନ୍ତି ! ଉପରେ କୁହାଯାଇଥିବା ଵାକ୍ୟ,ତ୍ରିଏକ ପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା ପୃଥିବୀର ଆରାଧନାର ଶେଷରେ, ପ୍ରାର୍ଥନା ସଭାରେ ପ୍ରାର୍ଥନା କରାଯାଏ ! ଏହି ଆଶୀର୍ବାଦ ପ୍ରାର୍ଥନାକୁ ଅନେକ ଗୁରୁତ୍ୱ ନ ଦେଇ ବାହାରି ଯିବାକୁ ଇଚ୍ଛା କରନ୍ତି ! ଏହାକୁ ଆମେ ସଜାଡ଼ିବା ଦରକାର ! ତ୍ରିଏକ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ, ଏହାକୁ ଆମେ ଗ୍ରାହ୍ୟ କରି ତ୍ରିଏକ ପ୍ରଭୁଙ୍କର ଆଶୀର୍ବାଦ ପାଇକି ଯିବାରେ ଇଚ୍ଛା ହେବା ଉଚିତ !
ପ୍ରଭୁ ଆମର ପରମପିତା ! ସେ ତାଙ୍କ ସନ୍ତାନମାନଙ୍କୁ ପ୍ରୟୋଜନର ସବୁକିଛି, ଆବଶ୍ୟକର ସବୁ ଦେଉଛନ୍ତି ! ଦୟା କରୁଛନ୍ତି ! ସଂରକ୍ଷଣ କରୁଛନ୍ତି ! କଢାଇ ନେଉଛନ୍ତି ! ମାଆ ପରି ବହନ କରୁଛନ୍ତି ! ପାପରୁ ଉଦ୍ଧାର କରୁଛନ୍ତି ! ତାଙ୍କ ରାଜ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ! ଏହି ପ୍ରଭୁଙ୍କର ପ୍ରେମ କେତେ ମହାନ ଅଟେ ! ଆମେ ଏହାକୁ ଅଗ୍ରାହ୍ୟ କରିବା କି ? ପୁତ୍ର ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଆମକୁ ପରିତ୍ରାଣ ଦୟା କରିଛନ୍ତି ! ତାହାଙ୍କ କୃପାରେ ଆମେ ଶେଷ ପର୍ଯ୍ୟନ୍ତ ପରିତ୍ରାଣରେ ସ୍ଥାୟୀ ହୋଇ ପାରିବା ! ତେଣୁ ତାହାଙ୍କ ବହୁମୂଲ୍ୟ ଅନୁଗ୍ରହ ଜୀବନ ଠାରୁ ଶ୍ରେଷ୍ଟ ଅଟେ ! ଏହି ଅନୁଗ୍ରହ ଆମେ ହରାଇବା କି ?
ତାପରେ ପବିତ୍ର ଆତ୍ମା ଆମକୁ ପରିତ୍ରାଣ ଦିଗକୁ ଚଳାଇ ନେଉଛନ୍ତି ! ଆମକୁ ପବିତ୍ର କରିବା ଇଶ୍ୱର ! ଆମର ଶିକ୍ଷାଦାତା ! ଜ୍ଞାନ, ଶକ୍ତି, ଆଲୋଚନା, ବୁଦ୍ଧି, ପ୍ରଭୁ ଭୟ ଏହି ସମସ୍ତ ଅନୁଗ୍ରହଦାତା ! ଆମକୁ ପବିତ୍ରତା କରି ପଵିତ୍ରତାରେ ପବିତ୍ର କରିବା ବ୍ୟକ୍ତି ! ଆମ ସହିତ କଥା ହେବା ଇଶ୍ୱର ! ସେବା କରିବାକୁ ଶକ୍ତି ଦାତା ଇଶ୍ୱର ! ଆତ୍ମୀୟ ବର, ଶକ୍ତି ଦେବା ଇଶ୍ୱର ! କଢାଇ ନେବା ଇଶ୍ୱର ! ତାହାଙ୍କ ଉପସ୍ଥିତି ଆମକୁ କେତେଯେ ଆବଶ୍ୟକ ଅଟେ !
ପ୍ରିୟ ବନ୍ଧୁଗଣ, ଆସନ୍ତା ଦିନରେ ଏହି ଆଶୀର୍ବାଦର ପ୍ରାର୍ଥନା କରିବା ବେଳେ ଆମେ ଅଗ୍ରାହ୍ୟ ନ କରି ତ୍ରିଏକ ଇଶ୍ୱର ତୁମର ପ୍ରେମ, କୃପା, ସମସ୍ତ ଆଶୀର୍ବାଦ ସବୁବେଳେ ଆମ ଠାରେ ରହିବାକୁ ଦିଅ ବୋଲି ଉତ୍ସାହରେ ପ୍ରାର୍ଥନା କରି ଗଲେ ଉତ୍ତମ ! ସେହିପରି ହେଲେ ତ୍ରିଏକ ପ୍ରଭୁଙ୍କର ଆଶୀର୍ବାଦ ଆମକୁ ପରିପୂର୍ଣ୍ଣ କରି, କଢାଇ ନେବ ! ଆମେନ୍ !
- ଶ୍ରୀମତୀ ଗୀତା ରିଚାର୍ଡ
ପ୍ରାର୍ଥନା ଅନୁରୋଧ:-
୨୫,୦୦୦ ଗାଁ'ରେ ସୁସମାଚାରକୁ ଯାଉଥିବା ସେବକମାନଙ୍କର ଯାତ୍ରାର ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.