By Village Missionary Movement
Wednesday, 28-Apr-2021ଆଜିର ବାକ୍ୟ (Oriya) 28-04-2021
ପ୍ରକାଶଶିତ ହୁଅ
"...ଜାଗ, ଜାଗ, ଆପଣା ବଳ ପରିଧାନ କର।" - ଯିଶାଇୟ 52:1
ପ୍ରାନସ ଦେଶର ଭଉଣୀ ଭାରତ ଦେଶ ପାଇ ବୋଝ ହୋଇ ପ୍ରେରଣା ପାଇ ବିହାର ରାଜ୍ୟର ଯେମସ ମିଶିନାରି ସଂସ୍ଥାରେ ସେବା କାର୍ଯ୍ୟ କରିବାକୁ ଆସିଲା !ସେ ପ୍ରାନସ ଭାଷା ଛଡା ଆଉ କୌଣସି ଭାଷା ଜାଣି ନ ଥିବା ଯୋଗୁ ତାଙ୍କୁ କୌଣସି ସେବାକାର୍ଯ୍ୟକୁ ପଠାଇ ପାରିଲେ ନାହିଁ !ହେଲେ ମଧ୍ୟ ସେ ସର୍ବଦା ପ୍ରାର୍ଥନା କରୁଥାନ୍ତି !ଗୋଟିଏ ଦିନେ ସେହି ସଂସ୍ଥାର ପାଇଖାନା ଗୁଡିକ ସଫା କରିବା ନିମନ୍ତେ ସେ ଦାଇତ୍ୱ ନେବାକୁ ଅନୁମତି ମାଗିଲା !ସେଥିପାଇଁ ସେଠାରେ ଥିବାଲୋକମାନେ ତୀରସ୍କାର କରିବା ଦ୍ଵାରା, ପ୍ରଭୁଙ୍କର ନିମନ୍ତେ ଏହା ହେଲେ କରିବାକୁ ମୋତେ ଦିଅନ୍ତୁ ବୋଲି କହିବାରୁ ତାହା ଅନିଇଛାରେ ସେହି ଦାଇତ୍ୱ ତାଙ୍କୁ ଦେଲେ !ସେହି ଦାଇତ୍ୱକୁ ସେ ଅପୂର୍ଵ ଭାବେ କଲା !
ଦିନେ ସେଠାରେ ଥିବା ଏକ ପର୍ବତ ଗ୍ରାମକୁ ଦୋଳଗତ ଭାବରେ ସେବାକାର୍ଯ୍ୟକୁ ଯିବା ବେଳେ ସେମାନେ ସେହି ଭଉଣୀଙ୍କୁ ମଧ୍ୟ ନେଇ କି ଗଲେ !ରାତ୍ରିରେ ଗାଁ ବାହାରେ ଏକ ଶୁଖିଲା ଛଣରେ ଶୋଇବା ପରିସ୍ଥିତି ଆସିଲା !ସକାଳୁ ଉଠିବା କ୍ଷଣି ସେହି ଭଉଣୀ କହିଲା, ମୁ ପ୍ରାନସ ଦେଶରେ ରହିଥିବା ବେଳେ ପ୍ରଭୁ ମୋତେ ଦର୍ଶନ ଦେଇ ଥିବା ସ୍ଥାନ ଏହା !ତାପରେ ସେ ସେହି ପର୍ବତ ଗ୍ରାମରେ ବାସ କରି ପତ୍ରିକା ଦେଇ ସେବାକାର୍ଯ୍ୟ କଲା !ସେହି ଗ୍ରାମରେ ପିଇବା ପାଇଁ, ଗାଧୋଇବା ପାଇଁ ଏବଂ ଅନ୍ୟାନ୍ୟ ନିମନ୍ତେ କେବଳ ଗୋଟିଏ ମାତ୍ର ପୋଖରୀ ଥିଲା !ସେଠାକାର ଜଳ, ପବନ, ପରିସ୍ଥିତି ଖାପ ନ ଖାଇବାରୁ, ସେହି ଭଉଣୀ ଏକ ସପ୍ତାହ ମଧ୍ୟରେ ରୋଗରେ ପୀଡିତା ହୋଇ ମରିଗଲା !ତାଙ୍କ ନିମନ୍ତେ କୁହାଯାଉ ଥିବା ସାକ୍ଷୀ କଣ ? ସଂସ୍ଥାର କାର୍ଯ୍ୟାଳୟରେ ସେ ବସି କାର୍ଯ୍ୟ କରୁଥିବା ବେଳେ ହଠାତରେ ପ୍ରଭୁଙ୍କର ଉପସ୍ଥିତି, ମହିମା, ସେମାନଙ୍କୁ ଢାଙ୍କି ଦେବ !କାରଣ, ଏହି ଭଉଣୀ ସର୍ବଦା ପ୍ରାର୍ଥନା କରୁଥାନ୍ତି !ସେ ଯେତେବେଳେ ଏହି ଗ୍ରାମକୁ ଆସୁଥାଏ, ପ୍ରଭୁଙ୍କର ଉପସ୍ଥିତି ସେହି ପ୍ରାନ୍ତର ଭାସୁ ଥିବା ସେଠାକାର ଲୋକମାନେ ଉପଭୋଗ କରୁଥାନ୍ତି !ଏହିପରି ପ୍ରଭୁଙ୍କର ଉପସ୍ଥିତି, ମହିମାକୁ ବହନ କରି , ପ୍ରଭୁଙ୍କ ଉପରେ ରହିଥିବା ପ୍ରେମ ଯୋଗୁ ତାଙ୍କ ଦେଶକୁ ଛାଡି, ପ୍ରଭୁ ଦେଖାଇ ଥିବା ସ୍ଥାନକୁ ଆସି ଗହମ ମଞ୍ଜି ସଦୃଶ୍ୟ ରୋପଣ ହେଲା !
ମୋଶା ଚାଳିଶି ଦିନ ପ୍ରଭୁଙ୍କର ସାନିଧ୍ୟରେ ଜାଗି ରହି ପରମେଶ୍ୱରଙ୍କର ପ୍ରଣାଳୀକୁ ଗ୍ରହଣ କରି ଆସିବାରୁ, ତାଙ୍କ ମୁଖ ପରମେଶ୍ୱରଙ୍କ ମହିମା ଦ୍ଵାରା ପ୍ରକାଶିତ ହେଲା !ସେହିପରି ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ! ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ ! ( ପ୍ରେରିତ :-19:-11-12 )କାରଣ କଣ ? ଏମାନେ ପ୍ରଭୁଙ୍କର ମହିମାକୁ, ପ୍ରଭୁଙ୍କର ଉପସ୍ଥିତିକୁ ବହନ କରୁଥିବା ବ୍ୟକ୍ତି ରୂପରେ, ଅନ୍ୟମାନଙ୍କୁ ପଠାଉ ଥିବା ବ୍ୟକ୍ତି ଭାବରେ ଦେଖା ଯାଉଥାନ୍ତି !
ଆମେ କିପରି ଦେଖା ଯାଉଛୁ ? ଅନେକ ସମସ୍ୟା, ବାଧା ବହନ କରି, କାଲିକି କଣ କରିବା ବୋଲି ଛଟପଟ ହୋଇ ଦେଖା ଯାଉଛୁ କି ? ପ୍ରଭୁଙ୍କର ସାନିଧ୍ୟରେ ଆମ ବୋଝକୁ ଓଲାଇ, ପ୍ରଭୁଙ୍କର ଶକ୍ତି ପାଇଥିବା ବ୍ୟକ୍ତି ଭାବରେ ଆମେ କରି ପାରିବା କାର୍ଯ୍ୟ ଗୁଡିକ ପ୍ରଭୁଙ୍କ ନିମନ୍ତେ କରି, ତାଙ୍କ ପ୍ରସନତାକୁ ବୋହି ରହିଥିବା ବ୍ୟକ୍ତି ଭାବରେ ଜୀବନ ଯାପନ କରୁଛୁ କି ?
- ଶ୍ରୀମତୀ ୱାଶାନ୍ତି ରାଜ ମୋହନ
ପ୍ରାର୍ଥନା କରନ୍ତୁ :-
ପ୍ରତିଦିନ ପାହାନ୍ତିଆରେ ପାଞ୍ଚ ଘଣ୍ଟାରେ ହେଉଥିବା ପ୍ରାର୍ଥନାରେ ଅନେକ ଲୋକମାନେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.