By Village Missionary Movement
Tuesday, 27-Apr-2021ଆଜିର ବାକ୍ୟ (Oriya) 27-04-2021
ଆଛାଦନ କରନ୍ତୁ ନାହିଁ
“ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।“ - ହିତୋପଦେଶ 28:13
ତାଙ୍କ ନିଜ ଘରର ଦଶଟି ବତକକୁ ଚରାଇବା ଦାଇତ୍ୱ ହେଉଛି ସେହି ଘରର ପିଲାମାନେ କାଲା ଓ ତାର ଭାଇ ସୁନ୍ଦର !ଦିନେ ସୁନ୍ଦର ଖେଳିବାକୁ ଗୋଟିଏ ପଥର କାଡ଼ି ବତକ ଦୋଳ ଉପରେ ଫୋପାଡ଼ିଲା !ତାହା ଗୋଟିଏ ବତକର ମୁଣ୍ଡରେ ବାଜିବା ଦ୍ଵାରା ତାହା ତଳେ ପଡିଯାଇ ଛଟପଟ ହୋଇ ମରିଗଲା !ମାଆଲୋ ବାପା ଜାଣିଲେ ମାରିବ ଦେବ କହି କାଲା ସହିତ କହିଲା ନାନୀ ତୁମେ ବାପାକୁ କହନି !ତେବେ କାଲା କହିଲା, ସେହିପରି ହେଲେ ମୁ ଯାହା କହିବି ତାହା ସବୁ ତୁମେ ଶୁଣିଲେ, ମୁ ବାପାଙ୍କୁ କହିବି ନାହିଁ !ଆର ଦିନ କାଲା ସେ କରିବା କାମ ଯାହା କି, ଲୁଗା ସଫା କରିବା, ଘରର ବଳକା କାମ ସବୁ ସୁନ୍ଦର ଦ୍ଵାରା କରାଇଲା !ମୁ କରିବି ନାହିଁ ବୋଲି ସୁନ୍ଦର ମନା କରିବାରୁ, କାଲା କହିଲା, ରେ ବତକ ବୋଲି ଡରାଇଲା !ଏହିପରି ତାର ସମସ୍ତ କାମ ସବୁ ସୁନ୍ଦର ଦ୍ଵାରା କରାଇ !ସୁନ୍ଦର ତାର ଭୁଲକୁ ଲୁଚାଇ ରଖି ଅନେକ କାମଗୁଡିକ କରିବା ଦ୍ଵାରା, ସେ ଜର ହୋଇ ଗଲା !ଶେଷରେ ବାପାଙ୍କ ସହିତ ଘଟଣା କହିବାରୁ, ବାପା କହିଲା ହୋ ଏତିକି କି, ମୋତେ ଆଗରୁ କହିଥିଲେ ମୁ ତୁମକୁ କ୍ଷମା କରିଦେଇ ଥାନ୍ତି ତ !ଏହା ଜାଣି ପାରି ନ ଥିବା କାଲା କହିଲା ରେ ମୋର କାମ ସବୁ କରି ଦେଏ !ମାତ୍ର ସୁନ୍ଦର ତିରସ୍କାର କଲା !ସଂଗେ ସଂଗେ କାଲା ରେ ବତକ, ରେ ବତକ କହିବାରୁ, ସୁନ୍ଦର କହିଲା ବତକ ସବୁ କାଲି ହିଁ ହୋଇଗଲା, କହି ଖୁସିରେ ବାହାରେ ଖେଳିବାକୁ ପଳାଇଲା !ହଁ ଆମେ କରିଥିବା ଭୁଲକୁ ଯୀଶୁଙ୍କ ଠାରେ ସ୍ୱୀକାର କରିବା ଉତ୍ତମ, ଲୁଚାଇବା ଭୁଲ !ସ୍ୱୀକାର କରିଲେ ତାହା ତ୍ୟାଗ କରିବାକୁ ଆଲୋଚନା ଆମ ଠାରେ ନୀଚୀତ ହେବ !
ଦାଉଦ ସେ କରିଥିବା ପାପ ବୁଝି ପାରିବା ସଂଗେ ସଂଗେ ତାହା ନ ଲୁଚେଇ ଯାହା ଅଛି ସେହିପରି ସ୍ୱୀକାର କରିବାର ଆଜିର ଲେଖା ଅଂଶରେ ପଡୁଛୁ !ରାଜା ବୋଲି ଏକ ମହାନତା ରଖି ସେ କରିଥିବା ଭୁଲକୁ ନ ଲୁଚେଇ, ସେହିପରି ଯାହା ଅଛି ତାହା କହି ସ୍ୱୀକାର କରିଛି !ପ୍ରଭୁ ହିଁ ପାପରୁ ମୁକ୍ତି କରିପାରିବ ବୋଲି ଜାଣି ପାରିଥିବା ଦାଉଦ ତୁମ୍ଭେ ମୋତେ ଧଉତ କରି ପବିତ୍ର କର ବୋଲି ସମର୍ପିତ ହେଉଛନ୍ତି !ପ୍ରଭୁ ତୁମ୍ଭ ବିରୋଧୀରେ ପାପ କରିଛି ବୋଲି ସ୍ୱୀକାର କରୁଛନ୍ତି !ତାଙ୍କର ଭଙ୍ଗା ହୃଦୟରେ ପ୍ରାର୍ଥନା କରୁଛି !ସେତିକି ନୁହେଁ ମନ ପରିବର୍ତ୍ତନର ପବିତ୍ର ହୃଦୟ ମୋତେ ଦୟା କର ବୋଲି ପ୍ରାର୍ଥନା କରୁଛି !ତେଣୁ ସେ କ୍ଷମା ପାଇଲେ !
ଏହା ପଡୁ ଥିବା ଆମେ ମଧ୍ୟ ପାପକୁ ନ ଲୁଚେଇ, ତାହା ଯାହା ଅଛି ସେହିପରି ପରି ପରମେଶ୍ୱରଙ୍କ ଠାରେ ସ୍ୱୀକାର କରିବା ଦ୍ଵାରା ପରିତ୍ରାଣ ପାଇବା !ପାପକୁ ଆଛାଦନ କରିବା ଦ୍ଵାରା ଭୁଲ ଆଲୋଚନାରେ ଦୁଃଖକୁ ଅନୁଭବ କରିବାକୁ ପଡିବ !କେବଳ ଯୀଶୁଖ୍ରୀଷ୍ଟ ଜଣେ ହିଁ ଆମ ପାପକୁ କ୍ଷମା କରିପାରିବା ବ୍ୟକ୍ତି !ତାଙ୍କ ନିକଟରେ ଆମ କାର୍ଯ୍ୟଗୁଡିକ ନ ଲୁଚେଇ ସ୍ୱୀକାର କରିବା, ତାଙ୍କ ଦୟାକୁ ପାଇବା !
- ଟି. ଶଙ୍କର ରାଜ
ପ୍ରାର୍ଥନା କରନ୍ତୁ :-
ଆମ ସେବାକୁ ଦାନ ଦ୍ଵାରା ସାହାଯ୍ୟ କରୁଥିବା ସହଯୋଗୀ ପରିବାରଗୁଡିକୁ ପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.