Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-07-2024
Share:

By Village Missionary Movement

Monday, 22-Jul-2024

ଆଜିର ବାକ୍ୟ (Oriya) 22-07-2024

 

ବିଶ୍ୱାସ

 

“ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି” - ୧ମ ତୀମଥି ୧:୧୯

 

ରାମୁ ଏବଂ ତାହାଙ୍କ ମାଆ ଚର୍ଚ୍ଚ ଯିବାକୁ ପ୍ରସ୍ତୁତ ହେଉଛନ୍ତି ! ନାମକ ମାତ୍ର ଖ୍ରୀଷ୍ଟିୟାନ ହୋଇଥିବା ରାମୁର ବାପା ଚର୍ଚ୍ଚ ଯାଏ ନାହିଁ ! ତାହାର ଦୁଇ ଚକିଆ ଯାହାନରେ ଦୁଇଜଣଙ୍କୁ କେବଳ ଚର୍ଚ୍ଚ ନେବ ! ସେହିଦିନ ମଧ୍ୟ ତଦ୍ରୁପ ଦୁଇଜଣଙ୍କୁ ଚର୍ଚ୍ଚ ନେଲା ! ସେବେ ପାଳକ କହିଲା, ସୋରିଷ ମଞ୍ଜିର ବିଶ୍ୱାସ ତୁମ ଠାରେ ଥିଲେ, ପର୍ବତକୁ ଦେଖି କହିବ ଏଠାରୁ ଘୁଞ୍ଚି ଯାଅ ତେବେ ତାହା ତଦ୍ରୁପ ହେବ ! ଏହା କହିବା ସେ ଶୁଣିଲା ! ତାପରେ ସେମାନେ ଘରକୁ ଫେରିଲେ !ରାତିରେ ଆଣ୍ଠୁ ମାଡି ପ୍ରାର୍ଥନା କଲେ ! ଏହା ଦେଖି ରାମୁ ଓ ତାଙ୍କ ମାଆଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ! ତାହାର ପ୍ରାର୍ଥନା ହେଉଛି, ତାଙ୍କ ବଗିଚାରେ ଥିବା ବଡ଼ ପଥର ଘୁଞ୍ଚିବା ଉଚିତ ! ରାତିରେ ସମସ୍ତେ ଶୋଇଲେ !ଆରଦିନ ସକାଳେ ଦୌଡ଼ି ଦୌଡ଼ି ଯାଇ ବଗିଚାରେ ଦେଖିଲା ! ସେ ପଥରଟି ସେଠି ହିଁ ଅଛି ! ସଙ୍ଗେସଙ୍ଗେ ରାମୁର ବାପା ଏପରି କହିଲା, ମୁଁ ଜାଣିଚି, ଏହି ପଥର ଯାହା ହେଲେବି ଘୁଞ୍ଚିବ ନାହିଁ ! 

 

ପବିତ୍ର ବାଇବଲର ଏକ ଘଟଣା ଜଣେ ସ୍ତ୍ରୀ ଅଛନ୍ତି ! ଜଣେ ଲୋକ ତାଙ୍କ ପୁଅର ସୁସ୍ତତା ନିମନ୍ତେ ଯୀଶୁଙ୍କ ଶିଷ୍ୟ ନିକଟକୁ ଆନିଲେ ! ଯୀଶୁଙ୍କର ଶିଷ୍ୟମାନେ ସେହି ପୁଅକୁ ସୁସ୍ତତା କରିପାରିଲେ ନାହିଁ ! ସେହି ପୁତ୍ରଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ ! ତାପରେ ତାଙ୍କ ଠାରେ ଥିବା ଭୂତକୁ ଯୀଶୁ ଘୋଡା଼ଲେ !ସଙ୍ଗେସଙ୍ଗେ ଭୂତ ତାଙ୍କୁ ପରିତ୍ୟାଗ କରି ଚାଲିଗଲା ! ସେହି କ୍ଷଣି ସେ ଯୁବକ ସୁସ୍ତତା ହେଲା ! ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ ଦ୍ଵାରା କାହିଁକି ସୁସ୍ତତା ହେଲା ନାହିଁ ? ତେବେ ଯୀଶୁ ଉତ୍ତର କଲେ, ତାହା ତୁମର ଅବିଶ୍ୱାସ ଯୋଗୁ !ଯୀଶୁ କହିଲେ, ତୁମଠାରେ ସୋରିଷ ମଞ୍ଜିର ବିଶ୍ୱାସ ଥିଲେ ଯଥେଷ୍ଟ !

 

ପ୍ରିୟ ବନ୍ଧୁଗଣ, ବିଶ୍ୱାସ ସୋରିଷ ମଞ୍ଜି ସଦୃଶ୍ୟ ଛୋଟ ଅଟେ ! କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ ରହେ !ତଦ୍ରୁପ ସମ୍ପୂର୍ଣ୍ଣ ବିଶ୍ୱାସ ଆମଠାରେ ରହିବା ଉଚିତ !ଯୀଶୁଙ୍କ ଠାରେ ବିଶ୍ବାସ ସହିତ କରିଥିବା ପ୍ରାର୍ଥନାକୁ ନିଶ୍ଚିତ ଉତ୍ତର ମିଳିବ ! ଯୀଶୁଙ୍କ ଠାରେ ସମସ୍ତ ଆରୋଗ୍ୟ ଓ ଉପକାର ଅଟେ ! ଆମେ ହିଁ ବିଶ୍ୱାସର ସହିତ ଆମର ଆବଶ୍ୟକ ଯୀଶୁଙ୍କ ନିକଟରେ ପାଇବା ଉଚିତ !ଆମର ବିଶ୍ୱାସ ଜଗତକୁ ବିଜୟୀ କରିବା ବିଜୟ ଅଟେ ବୋଲି ପବିତ୍ର ବାଇବଲ କହେ ! ସୁନାରୂପା ଠାରୁ ଆମର ବିଶ୍ୱାସ ମହାନ ଅଟେ !ବିଶ୍ୱାସ ବିନା ରହିବା ଇଶ୍ୱରଙ୍କର ଇଚ୍ଛା ନାହିଁ !ପ୍ରତ୍ୟକ ଦିନ ଆମଠାରେ ବିଶ୍ୱାସ ବଢ଼ିବା ନିମନ୍ତେ ଖ୍ରୀଷ୍ଟଙ୍କ ଠାରେ ପ୍ରାର୍ଥନା କରିବା ଉଚିତ !ଆମେ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ ରଖି ତାଙ୍କ ଠାରେ ପ୍ରାର୍ଥନା କଲେ ନିଶ୍ଚୟ ଉତ୍ତର ପାଇବା ! ଆମେନ୍। !

- ଶ୍ରୀମତୀ ଦିବ୍ୟା ଆଲେକ୍ସ

 

ପ୍ରାର୍ଥନା ଅନୁରୋଧ:-

ଆମେ କଢାଇ ନେଉଥିବା ଛୋଟ ପିଲାଙ୍କ ସଭାରେ ଅନେକ ଛୋଟ ପିଲାମାନେ ଆଣିବା ନିର୍ଣ୍ଣୟରେ ପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al