Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 18-04-2021 (Kids Special)

ଆଜିର ବାକ୍ୟ (Oriya) 18-04-2021 (Kids Special)

ଆଜ୍ଞାବହ ମାଛ

"...ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ ।“ - Romans 5:19

ହାଲୋ ପିଲାମାନେ ଆଜି ବାଇବଲରେ ଘଟିଥିବା ସତ୍ୟ ଘଟଣାକୁ ଶୁଣନ୍ତୁ, ତୁମ୍ଭେ ସମସ୍ତେ ଭଲ ଅଛ କି !ଗୋଟିଏ ବଡ଼ ମାଛ କିପରି ପରମେଶ୍ୱରଙ୍କର ଆଜ୍ଞାବହ ହେଲା, ଏହି କାହାଣୀ ଶୁଣିବା କି ? 

ନୀନିଵୀ ନାମକ ଗୋଟିଏ ବଡ଼ ସହର ଥିଲା !ଏଠାରେ ବାସକରୁଥିବା ଲୋକମାନେ ସର୍ବଦା ପାପ କରୁଥାନ୍ତି !ସର୍ବଦା କରୁଥିବା ପାପ ପରମେଶ୍ୱରଙ୍କୁ ରାଗ ଆସେ ତ ? ତୁମ୍ଭେ ମଧ୍ୟ ପିତାମାତାଙ୍କର ଅନିଚ୍ଛା କାମ କଲେ, ତୁମକୁ ମନା କରନ୍ତି !ଯଦି ଶୁଣିବ ନାହିଁ ତେବେ ଦଣ୍ଡ ଦେଉଥାନ୍ତି !ସେହିପରି ପରମେଶ୍ୱର ସେହି ସହର ବିନାଶ କରିବାକୁ ଯାଉଛନ୍ତି ବୋଲି ନୀନିଵୀ ସହର ବାସୀଙ୍କୁ ଜଣାଇବା  ନିମନ୍ତେ ଯୁନସ ନାମକ ପ୍ରବକ୍ତାଙ୍କୁ ପଠାଇଲେ ! ମାତ୍ର  ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ !ସେତେବେଳେ ଏବେ ରହିଥିବା ପରି  କାର କି,  ବାଇକ କି,  ଉଡ଼ାଜାହାଜ କିଛି ନ ଥିଲା !ହେଲେ ସେ କେଉଁଠି ଯାଇଥିବ, ହିଁ ସେ ପାଣି ଜାହାଜରେ ଗଲା !ହଁ ତୁମ୍ଭେ ଠିକରେ କହିଲ !ତାପରେ କଣ ହେଲା ଜାଣିଛ କି?  ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା। ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ !ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇ ଦେଲେ। ଜୀବନ ବଞ୍ଚିଲେ ଯଥେଷ୍ଟ ବୋଲି ଭାବିଲେ !କଣ ଯୋଗୁ ଆମକୁ ଏପରି ମହାନ ଅସୁବିଧା ହେଉଛି ବୋଲି ଜଣେ ଜଣକୁ କଥା ହେଲେ !ଏକ ଶେଷ ନିଷ୍ପତ୍ତି କଲେ କି ଯେ,  ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁବା ।ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା। ଜୁନସ ପରମେଶ୍ୱରଙ୍କର ଆଜ୍ଞାକୁ ଲଙ୍ଗନ ନ କରି ଆସି ଥିବାରୁ ସେ କିଏ ବୋଲି ତାର ବିବରଣୀ କହିଲା, ସେତିକି ହିଁ ନୁହେଁ ତହିଁରେ ସେ ସେମାନଙ୍କୁ କହିଲେ, ମୋତେ ଧରି ସମୁଦ୍ରରେ ପକାଇ ଦିଅ !ଜାହାଜରେ ଯାତ୍ରା କରୁଥିବା ସମସ୍ତେ ମଧ୍ୟ ଏହି କଥା ବହୁତ ଦୁଃଖିତ ଥିଲା !ଜାହାଜ ଭାଙ୍ଗି ଯିବା ପରି ସମୁଦ୍ରରେ ପବନ ବହୁତ ହେବା ଯୋଗୁ, ଆଉ କିଛି ରାସ୍ତା ନ ପାଇ ଜୁନସଙ୍କୁ ସମୁଦ୍ରରେ ପକାଇ ଦେଲେ !କେତେ ବଡ଼ ଆଚର୍ଯ୍ୟ !ତହିଁରେ ସମୁଦ୍ର ନିଃଶବ୍ଦ ହେଲା ! ତାହାଙ୍କୁ ଗିଳିବାକୁ ଗୋଟିଏ ବଡ଼ ମାଛକୁ ପରମେଶ୍ୱର ଆଜ୍ଞା କଲେ !ମାଛ ସେହିପରି କଲା, ଜୁନସଙ୍କୁ ନ କାମୁଡି ସେହିପରି ଗିଳିଲା !ତିନୋଟି ଦିନ ପରେ ପରମେଶ୍ୱର ମାଛକୁ ଆଜ୍ଞା କଲା, ସେହି ମାଛ ଆଜ୍ଞାବହ ହୋଇ ଜୁନସଙ୍କୁ ସମୁଦ୍ର କୂଲରେ ବାନ୍ତି କଲା !ପରମେଶ୍ୱର କହିଲା ପରି ସେହି ମାଛ କଲା !

ମୋର ପ୍ରିୟ ଭାଇ ଓ ଭଉଣୀମାନେ ସାଧାରଣ ମାଛ ପରମେଶ୍ୱରଙ୍କର କଥାରେ ଆଜ୍ଞାବହ ହେଲା ଦେଖିଲ ତ !ତିନି ଦିନ କିଛି ଖାଦ୍ୟ ନ ଖାଇ, ତାର ଇଛା ଅନୁସାରେ ଏପଟ ସେପଟ ନ ଘୁରିବୁଲି,  କେତେ ପରିଶ୍ରମ କରି ଥିବ ସେହି ମାଛ ! ପରମେଶ୍ୱରଙ୍କୁ ଆଜ୍ଞାବହ ହୋଇ ପରମେଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରିଥିବା ମାଛ ପରି ତୁମ୍ଭେ ଆଜ୍ଞାବହ ହୋଇ ଜୀବନଯାପନ କରିବାକୁ ଯୀଶୁ ତୁମ୍ଭଙ୍କୁ ଡାକୁଛନ୍ତି !ସମର୍ପିତ ହେବ କି ? ଆଜ୍ଞାବହ ହୋଇ ପରମେଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବ କି ?
-    ଶ୍ରୀମତୀ ଯିବା ବିଜୟ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)