Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 09-02-2021

ଆଜିର ବାକ୍ୟ (Oriya) 09-02-2021

ମନପରିବର୍ତ୍ତନ ଓ ପରିତ୍ରାନ 

“ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ।“ - ପ୍ରେରିତ 16:31

ଗୋଟିଏ ଦେବାଳୟର ଉପଦେଷ୍ଟା ତାଙ୍କ  ମଣ୍ଡଳୀ ଦେଇ ଥିବା ଦଶମାଙ୍କଶ ଓ ଦାନ ଧରି ମିସନାରି କାର୍ଯ୍ୟାଳୟକୁ ଯାଉଥିଲା ! ବାଟରେ ଓଗାଳି ଚାରି ଜଣ ଚୋର ତାଙ୍କ ପାଖରେ ଥିବା ଟଙ୍କାକୁ ନେଇ ଗଲେ !ଏହି ଟଙ୍କା ସେବା ନିମନ୍ତେ ବ୍ୟବହାର ହେବ, ବିନମ୍ର ହୋଇ କେତେ କହିବାରୁ ମଧ୍ୟ ସେମାନେ ଉପଦେଷ୍ଟାକୁ ମାରି ଟଙ୍କା ଟାଣି ନେଇ ଗଲେ !ଉପଦେଷ୍ଟା  ଏହି ବିଷୟରେ କାର୍ଯ୍ୟାଲୟରେ କହି ପ୍ରାର୍ଥନା କରିବାକୁ କହିଲେ !ଛଅ ଦିନ ପରେ ସେହି ଚୋର ମାନେ ଉପଦେଷ୍ଟାଙ୍କ ନିକଟକୁ ଆସି କହିଲେ, ବାପା ଆମକୁ କ୍ଷମା କର, ଏହି ଟଙ୍କା ମଦ ଦୋକାନ ଓ ଅପବ୍ୟବହାର କରିବାକୁ ଯିବାରୁ ଆମର ହାତ ସୁପ୍ତ ହୋଇ ଗଲା ଆଉ ଆମେ କିଛି କରି ପାରିଲୁ ନାହିଁ !ତେବେ ହିଁ ଆମେ କରିଥିବା ପାପକୁ ବୁଝି ପାରିଲୁ !ଆମେ ଆଉ ଚୋର କାମ ନ କରି ରହିବାକୁ ହେଲେ କଣ କାରବାକୁ ହେବ, ମନପରିବର୍ତ୍ତନର ହୃଦୟରେ ପଚାରିଲେ !ଉପଦେଷ୍ଟା  ଯୀଶୁଙ୍କ ତ୍ୟାଗମୟ ପ୍ରେମ ଓ ତାଙ୍କର କ୍ଷମା ଗୁଣ କହି ଖ୍ରୀଷ୍ଟଙ୍କ ଠାରେ କଢ଼ାଇ ନେଲେ !ଅଳ୍ପ ଦିନ ପରେ ସେମାନଙ୍କର ପରିବାର ମଧ୍ୟ ପରିବର୍ତ୍ତନ ହୋଇ ଚୋର କାମ ତ୍ୟାଗ କରିଲେ !

ବାଇବଲରେ ମଧ୍ୟ ପାଉଲ ଓ ଶିଳା କାରାଗାରରେ ବନ୍ଦୀ ଥିବାବେଳେ ମଧ୍ୟରାତ୍ରିରେ ଗୀତ ମାଧ୍ୟମରେ ସ୍ତୁତି କରିବାକୁ ଆରମ୍ଭ କଲେ !ସଂଗେ ସଂଗେ କାରାଗାରର ଭିତ୍ତିଭୂମି ଦୋହଲିବା ଆରମ୍ଭ ହେଲା !ସେହି କାରାଗାରର ଜଗୁଆଲି ଭାବିଲା, ସେମାନେ ଫିଟାଇ ହୋଇଗଲେ ବୋଲି ଭୟରେ ନିଜେ ହିଁ ସେ ମରିବାକୁ ଆରମ୍ଭ କଲେ !ସାଙ୍ଗେ ସାଙ୍ଗେ ତାହା ଜାଣିପାରି ପାଉଲ କହିଲେ, ଆମେ ଏଠାରେ ହିଁ ଅଛୁ, ତୁମେ ହତ୍ୟା ହୁଅ ନାହିଁ !ତାପରେ ଯୋଗୁଆଳି ପାଉଲଙ୍କ ନିକଟକୁ ଆସି ପଚାରିଲେ, ଆମେ ପରିତ୍ରାନ ପାଇବା ନିମନ୍ତେ କଣ କରିବାକୁ ହେବ !ତେବେ କେବଳ ସେ ହିଁ ନୁହେଁ ତାଙ୍କର ପରିବାର ସମସ୍ତେ ପରିତ୍ରାଣ ପାଇ ବାପ୍ତିସ୍ମ ନେଲେ !

ମୋର ପ୍ରିୟ ବନ୍ଧୁଗଣ, ପରିତ୍ରାଣକର୍ତ୍ତା !ପ୍ରତି ମଣିଷକୁ ବଦଳାଇବାରେ ସେ ସାମର୍ଥ୍ୟ ଅଟନ୍ତି !କେତେ ବଡ଼ କଠିନ ହୃଦୟକୁ ମଧ୍ୟ ବଦଳାଇବା ତାଙ୍କର ଏକ ସହଜ କାର୍ଯ୍ୟ ଅଟେ !ଏହିପରି ପରିତ୍ରାଣ ପାଇ ଥିବା ଅନ୍ୟ ଦ୍ଵାରା ସମ୍ପୂର୍ଣ୍ଣ ଭାବରେ ଯୀଶୁଙ୍କ ନିକଟକୁ ଆସି ପାରିବେ, ଏହା ଏକ ଜୀବନ୍ତ ଉଦାହରଣ ଅଟେ !ମନେକର ଆଜି ଆପଣ ଭାବି ପାରନ୍ତି,  ମୁଁ ଯୀଶୁଙ୍କୁ ଗ୍ରହଣ କରି ତାଙ୍କର ପ୍ରେମର ସ୍ୱାଦ ଚାଖିଅଛି ମାତ୍ର ମୋର ପରିବାର ଯୀଶୁଙ୍କର ନିକଟକୁ ଆସି ନାହାନ୍ତି, ଆଉ ଆସିବାର ପରିସ୍ଥିତି ନାହିଁ ବୋଲି ଆପଣ ବିଚଳିତ ହୋଇପାରନ୍ତି !ଯୀଶୁଙ୍କର ଅସାଧ୍ୟ କିଛି ନାହିଁ, ସମସ୍ତେ ପରିତ୍ରାଣ ପାଇବାର ହିଁ ତାଙ୍କର ଇଚ୍ଛା !ନିଁଛିତ ଆପଣଙ୍କ ପରିବାରରେ ସେହି ଇଚ୍ଛା ପୂର୍ଣ୍ଣ ହେବ !

ଶ୍ରୀମତୀ ସରୋଜା ମୋହନ ଦାସ 

ପ୍ରାର୍ଥନା କରନ୍ତୁ :-ବାଇବଲ କଲେଜରେ ପିଲାମାନେ ବସିବାକୁ ଚୌକି କିଣିବା ନିମନ୍ତେ ଆର୍ଥିକ ସାହାଯ୍ୟ ଯୀଶୁଙ୍କର ଦୟା ନିମନ୍ତେ ପ୍ରାର୍ଥନା କରନ୍ତୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)