Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 13-09-2024

ଆଜିର ବାକ୍ୟ (Oriya) 13-09-2024

 

ପର୍ବତ ଉପରେ କବର

 

“ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ ।“ – ମାଥିଉ ୧୦:୩୯

 

ବର୍ତ୍ତମାନର ଟୁରିଷ୍ଟ ଅଞ୍ଚଳରେ କବର ଏକ ଗୁରୁତ୍ୱପୂର୍ଣ୍ଣ ହେଉଛି !ଭାରତ ଦେଶରେ ଠୁରିଷ୍ଟ ଭାବରେ ତାଜମହଲ ସଦୃଶ୍ୟ ଅନେକ ସ୍ଥାନ ଅଛି ! ଫ୍ରାନ୍ସସ ଦେଶରେ ପ୍ୟାରିସ ସହରରେ ଏକ କବର ସ୍ଥାନ ଟୁରିଷ୍ଟଭାବେ ଥିଲା !ସେଠାରେ ବିଖ୍ୟାତ ହୋଇଥିବା ବୈଜ୍ଞାନିକଙ୍କ କବରକୁ ବହୁତ ଧନ ଖର୍ଚ୍ଚ କରି ଅଳଙ୍କୃତ କରାଯାଇଥିଲା !ଫ୍ରାନ୍ସସ ଯିବା ଲୋକମାନେ ପ୍ୟାରିସକୁ ଯିବାବେଳେ ଏହି କବର ଦର୍ଶନ ନ କରି ଯାଆନ୍ତି ନାହିଁ !ସେମାନେ ମେଇଗଲେ, ସେମାନଙ୍କ ଖ୍ୟାତି, ବିଖ୍ୟାତି ଓ ସୁନାମକୁ ଉଦାହରଣ ସଦୃଶ୍ୟ ଏହି କବର ଥାଏ ! ବାଇବଲରେ ଜଣେ ପର୍ବତ ଉପରେ ତାହାଙ୍କ କବର ନିର୍ମାଣ କଲା ! ସେପ୍ନା ନାମକ ବ୍ୟକ୍ତି ଧନିଶାଳୀ ହୋଇ ଥିଲେ ! ଅର୍ଥାତ ଭବନରେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ତୁଲାଇ ଉତ୍ତମ ସମ୍ପାଦନ କାରୀ ଭାବେ ଥିଲେ ! ତାହାଙ୍କ ଇଚ୍ଛା କିଅବା ଆଶା ହେଉଛି ଉର୍ଣ୍ଣତି ସ୍ଥାନରେ ତାଙ୍କୁ କବର ଦେବା ଉଚିତ ! ଏଥିପାଇଁ ଲୋକେ ସବୁବେଳେ ମୋତେ ମନେ ପକାଇ ରହିବା ନିମନ୍ତେ ପର୍ବତ ଉପରେ ସବୁକିଛି ସୁବିଧା ସ୍ଥାନରେ ମୋର କବର ନିର୍ମାଣ କରି ରଖୁଛି ବୋଲି ତାଙ୍କ ଠାରେ ଆଲୋଚନା ଥିଲା !ତାଙ୍କ ଆବଶ୍ୟକରୁ ଉର୍ଦ୍ଧରେ ଥିବା ଟଙ୍କାରେ କବର ନିର୍ମାଣ କରି ଅହଂକାରରେ ଥିଲା !

 

ବିନା ସମସ୍ୟାରେ ଆଶୀର୍ବାଦ ଆସିବା ବେଳେ ମନଟି ପ୍ରଭୁଙ୍କୁ ଖୋଜିବାରେ କମିଯାଏ ! ଏହା ଯୋଗୁ ଜୀବନର ଶେଷ ଆସିଯାଏ !ଜୀବନର ଉଦ୍ଦେଶ୍ୟ ଧନ ସମ୍ପତ୍ତି ଆଦାୟ ନିମନ୍ତେ ବୋଲି ଭାବିବା ଉଚିତ ନୁହେଁ ! ଦ୍ୱିତୀୟ ବିବରଣ:-୬:୧୦-୧୨ ରେ ତୁମ୍ଭେ ଭୋଜନ କରି ତୃପ୍ତି ହେବାବେଳେ ସଦାପ୍ରଭୁଙ୍କୁ ନଭୁଲି ଜାଗ୍ରତ ହୁଅବୋଲି କୁହାଯାଇଛି !କାହିଁକିନା ସୁବିଧା, ଆଶୀର୍ବାଦ, ବିସ୍ତାରିତ ହେବାବେଳେ ଆମ ମନ ସେଥିପ୍ରତି ନ ଯାଇ ସତର୍କତା ଭାବେ ରହିବା ଉଚିତ ବୋଲି ସଦାପ୍ରଭୁ ସତର୍କ କରୁଛନ୍ତି !ଆଶୀର୍ବାଦ ବଢିବା ବେଳେ ମନୁଷ୍ୟଙ୍କୁ ସାଧାରଣ ଭାବେ ଗର୍ବ ଆସିଯାଏ !ସେଥିପ୍ରତି ଆମେ ସାବଧାନ ହେବା ଉଚିତ !

       

ପ୍ରିୟ ବନ୍ଧୁଗଣ, ଆମ କାର୍ଯ୍ୟ ଗୁଡିକର ଉଦ୍ଦେଶ୍ୟ କ'ଣ ? ନିଜକୁ ସୁନାମ ଅର୍ଜନ ନିମନ୍ତେ କୂପ, ନଗର ନିର୍ମାଣ କଲେ (ଆଦି ପୁସ୍ତକ:-୧୪:୪) !ପରମେଶ୍ବର ତାହାକୁ ଇଚ୍ଛା କଲେ ନାହିଁ !ଲୋକକୁ ବିସ୍ତାରିତ କଲେ !ହଁ ଆମେ କରୁଥିବା କାର୍ଯ୍ୟରେ ଏକ ଉଦ୍ଦେଶ୍ୟ ନାମ, ସୁନାମ, ବିଖ୍ୟାତ, ଅହଂକାର, ଗର୍ବ ନ ହୋଇ ନମ୍ର ହୋଇ ରହିବା ଉଚିତ !ସେହିପରି ଥିଲେହିଁ ପ୍ରଭୁ ସେଥିରେ ପ୍ରେମରେ ଥିବେ !ଆମ ଠାରେ ଏପରି ଆଲୋଚନା ଅଛି କି ବୋଲି ଆମେ ନିଜକୁ ନିଜେ ପରୀକ୍ଷା କରିବା !ଜାଗ୍ରତ ହେବା ! 

- ଭାଇ ସନ୍ତୋଷ

 

ପ୍ରାର୍ଥନା ଅନୁରୋଧ:-

ମିଡ଼ିଆ ସେବକାର୍ଯ୍ୟରେ ଥିବା ସେବକ ମାନଙ୍କୁ ପ୍ରଭୁ ଜ୍ଞାନରେ ପରିପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)