Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 08-02-2021

ଆଜିର ବାକ୍ୟ (Oriya) 08-02-2021

ମିଳିତ ପ୍ରାର୍ଥନା କର 

“ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ ।“ - ମାଥିଉ 18:19

ଦୁଇ ତିନି ଜଣ ମହିଳା ମିଶିଲେ ପାଖ ପଡୋଶୀମାନଙ୍କର ବିଷୟରେ କଥା ହୋଇ ଘରର ଭିତ୍ତି ଭୂମିକୁ ଦହରାଇ ଦିଅନ୍ତି !ସେହି ମହିଳାମାନେ ଏକମନା ହୋଇ ମିଳିତ ଭାବେ ପ୍ରାର୍ଥନା କଲେ ସ୍ୱର୍ଗ ରାଜ୍ୟକୁ ଦହରାଇ ପାରୁ,  ଏହି  ସତ୍ୟତାକୁ ଗ୍ରହଣ କଲେ, ତାହା ଏକ ଆଶୀର୍ବାଦ ଯୁକ୍ତ  ଅଟେ !ଏହିପରି ବୃଥା କଥପତନ କରି ସମୟ ନଷ୍ଟ କରୁଥିବା  ତିନି ଜଣ ସାଥୀ କରୋନା ଆରମ୍ଭ ସମୟରେ,  କଠିନ ଦିନରେ ପ୍ରାର୍ଥନା କରିବାକୁ ନିର୍ଣ୍ଣୟ କଲେ !ଆମେରିକା, ଇଂଲଣ୍ଡ, ଇଟାଲି ଦେଶରେ କରୋନାର ପ୍ରଭାବ ବିଷୟରେ ଜାଣି ଜଣକୁ ଜଣ ପ୍ରାର୍ଥନା କରିବା ଆରମ୍ଭ କଲେ !ଶେଷରେ ସେମାନେ ବାସ କରୁଥିବା ସାହିରେ ଜଣକୁ କରୋନା ହେଲା ବୋଲି ଜାଣିପାରି ଲୁହ ଝରାଇ ପ୍ରାର୍ଥନା କଲେ !ଦୁଇ ସପ୍ତାହରେ ସେହି ବ୍ୟକ୍ତି ଜଣକ ସୁସ୍ଥ ହୋଇ ଘରକୁ ଫେରିଲା ଏବଂ ଆଜି ପର୍ଯ୍ୟନ୍ତ ଆଉ କାହାକୁ କରୋନା ହୋଇ ନାହିଁ ବୋଲି ଜାଣିପାରି ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ପ୍ରାର୍ଥନାର ମହିମା ବୋଲି ବୁଝିପାରି ଆଜି ପର୍ଯ୍ୟନ୍ତ ସେହି ପ୍ରାର୍ଥନା କରିଆସୁଛନ୍ତି !ପିତର ସୁସମାଚାର ପ୍ରଚାର କରିବା ଦ୍ଵାରା ତାଙ୍କୁ ହେରୋଦ ରାଜା କାରାଗାରରେ ବନ୍ଦୀ କରିଥିଲେ !ଅନନ୍ତ ମୃତ୍ୟୁର ଦଣ୍ଡ ଦେବାକୁ ହେବ ବୋଲି ଶୁଣି ପିତର ତିଳେମାତ୍ର ଭୟ ନ କରି ଶୋଇ ଥିଲା !ମାତ୍ର ମଣ୍ଡଳୀର ଲୋକମାନେ ଏକତ୍ର ମିଳନ ହୋଇ ପ୍ରାର୍ଥନା କରୁଥାନ୍ତି !ସେହି ସମୟରେ କାରାଗାରରେ ଶୋଇଥିବା ପିତରକୁ  ଦୂତ ପିଠିରେ ଥାପୁଡାଇ ଉଠାଇଲା !ସେତେବେଳେ ବାନ୍ଧି ହୋଇଥିବା ଶିଙ୍କୁଳିଟି ଛିଣ୍ଡି ଗଲା !ଏକତ୍ର ହୋଇ ପ୍ରାର୍ଥନା କରୁଥିବା ସ୍ଥାନକୁ ଦେବଦୂତଙ୍କର ଦ୍ଵାରା କଢ଼ାଇ ନେଲା !ପିତର ସେବାରେ ଆଗକୁ ବଢିବାକୁ ଆରମ୍ଭ ହେଲା !ତାଙ୍କ ଦ୍ଵାରା ଅନେକ ଲୋକମାନେ ଉଦ୍ଧାର ପାଇ ମଣ୍ଡଳୀରେ ସମର୍ପିତ ହେଲେ ! 

ମୋର ପ୍ରିୟ ବନ୍ଧୁଗଣ, ଏକମନା ହୋଇ ଦୋଳବଧ ହୋଇ କରିବା ପ୍ରାର୍ଥନାର ମହାଶକ୍ତି ଅଟେ !ଏକତାରେ ପ୍ରାର୍ଥନା କରିବାକୁ ଏହା ହିଁ ଉତ୍ତମ ସମୟ, ତେଣୁ ସମୟକୁ ବୃଥା ନ କରି ଆପଣଙ୍କ ସହ, ଯେ କୋଣସି କର୍ମରେ ଏକତା ବଧ ହେଉଥିବା ବ୍ୟକ୍ତିମାନଙ୍କୁ ଯୀଶୁଙ୍କ ନାମରେ  ଏକମନା ହୋଇ ତାଙ୍କ ସହିତ ଗୋଟିଏ ଦିନ ପ୍ରାର୍ଥନା କରିବାକୁ ଆରମ୍ଭ କରନ୍ତୁ !ସଦାପ୍ରଭୁ ତାହାର ଉତ୍ତର ଦେବା ଦେଖି ଆପଣ ଆଚର୍ଯ୍ୟ ହୋଇଯିବ !ଆପଣଙ୍କର ପ୍ରାର୍ଥନା ଅନେକଙ୍କ ଶିକୁଳି ଫିଟାଇ ଦେବ !ବନ୍ଦ ହୋଇଥିବା ଲୁହାର କବାଟ ଖୋଲି ଯିବ !ଆଜି ଦିନରେ ଅନେକ ଲୋକ, ସେବକ, ଧର୍ମ ପ୍ରଚାରକଗଣ ପିତରଙ୍କ ପରି ଅନେକ ପ୍ରକାର ବ୍ୟବସ୍ଥା, ଅଧିକାରରେ, ପରିବାର ବୋଝରେ ବନ୍ଦନ ହୋଇ ନିଦ୍ରାରେ ଅଛନ୍ତି !ସେମାନଙ୍କର ବନ୍ଦନ ଫିଟାଇବାକୁ ବୋଝ ଭାବେ ସେବା କରିବାକୁ ଆମର ପ୍ରାର୍ଥନା ଆବଶ୍ୟକ !ଆପଣଙ୍କ ପ୍ରାର୍ଥନା ହିଁ  ସଦାପ୍ରଭୁ ଚାହୁଁଛନ୍ତି ! ଅସ୍ତ୍ରଶସ୍ତ୍ର କରି ନ ପାରିବା, ଔଷଧ କରିନ ପାରିବା କାର୍ଯ୍ୟ ଆମର ଆଣ୍ଠୁ କରିପାରିବ ! ଅନ୍ତତଃ ସେମାନଙ୍କର ସହ ଗୋଟିଏ ଦିନ ବା ଏକ ଘଣ୍ଟା ଦୁଇ ଜଣ ମିଶି ପ୍ରାର୍ଥନା କରିବାକୁ ନିର୍ଣ୍ଣୟ କରନ୍ତୁ !ତାହା ବ୍ୟବହାର ଯୁକ୍ତରେ ରଖନ୍ତୁ !ତାପରେ ପ୍ରାର୍ଥନା ହିଁ ଆପଣଙ୍କର ଜୀବିକାରେ ବଦଳି ଯିବ !ଆମେନ !
-    ଶ୍ରୀମତୀ ଆନୁଭ୍ୟା ଜ୍ୟୋତି ଷ୍ଟାଲିନ 

ପ୍ରାର୍ଥନା କରନ୍ତୁ :-ବାଇବଲ କଲେଜରେ ଯୋଗଦାନ କରିଥିବା ପିଲାମାନଙ୍କର ଅତ୍ମୀୟତାରେ ବଡିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)