Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 30-01-2021

ଆଜିର ବାକ୍ୟ (Oriya) 30-01-2021

ଆପଣ କୁଆଡେ ଧାଉଛନ୍ତି ? 

“ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।“ - ମାଥିଉ 7:13-14

ଆମର ପ୍ରତିଦିନ ଜୀବନ ଗନ୍ତବ୍ୟରେ ଆମେ ବହୁତ ବେଗରେ ଧାଉଛୁ !କେଉଁଠିକୁ ଧାଉଛୁ ? ଛୋଟ ପିଲାମାନେ ପାଠ ପାଇଁ, ଯୁବକ ଯୁବତୀମାନେ ବିବାହ ନିମନ୍ତେ, ମଧ୍ୟ୍ୟ ବୟସ୍କ ବ୍ୟକ୍ତିମାନେ ସମ୍ପତି, ଧନ, ପରିବାର ନିମନ୍ତେ, ବୃଦ୍ଧା ବ୍ୟକ୍ତିମାନେ କୁଆଡେ ଯିବାକୁ ହେବ ନ ଜାଣିପାରି ସମୟକୁ ବିତାଇ ମୃତ୍ୟୁମୁଖକୁ ଧାଉଛନ୍ତି !କିନ୍ତୁ ଯାହା ହେଉନା କାହିଁକି ଆମେ ସମସ୍ତେ ଶେଷ ଦିନ ନିମନ୍ତେ ହିଁ ଧାଉଛୁ !ହଁ ସେହି ଦୌଡ ଶେଷରେ ଆମକୁ ଦୁଇଟି ଫଳ ମିଳିବ ଗୋଟିଏ ବିଜୟୀ ଓ ଅନ୍ୟଟି ପରାଜୟ !ଜଣେ ଗୋଟିଏ ନଦୀ ପାର ହୋଇ ଆରପଟ କୂଳରେ ପହଂଚିଲା ପରି ଆମେ ମଧ୍ୟ ମୃତ୍ୟୁରୁ ପାର ହୋଇ ଅନନ୍ତ ଜୀବନ କିମ୍ବା ଅନନ୍ତ ନର୍କକୁ ପହଂଚିବାକୁ ହେବ !

ଏହି ଅନନ୍ତ ନର୍କର ସ୍ଥାନ ପାଇବା ନିମନ୍ତେ ଆମେ କିଛି କରିବାର ଆବଶ୍ୟକ ନାହିଁ !ମାତ୍ର ଅନନ୍ତ ଜୀବନ ପାଇ  ସ୍ୱର୍ଗ ରାଜ୍ୟ ଯିବାକୁ ହେଲେ, ଏହି ଭୂମି ଉପରେ ଅନୁମତି ପାଇବାକୁ ହେବ !ଆଗରୁ ହିଁ ଆମେ ତାହାକୁ ରେଜିଷ୍ଟେସନ   କରିବାକୁ ହେବ !ସେହି ଅନୁମତି କେବଳ ଯୀଶୁ ଖ୍ରୀଷ୍ଟଙ୍କର ଉଦ୍ଧାର !ସେ ହିଁ ଶେଷ ପର୍ଯ୍ୟନ୍ତ ଆମକୁ ଧଉର୍ଯ୍ୟର ସହ ରହିବାକୁ ସବୁଦିନ ଆମକୁ ଉଦ୍ଧାର ପଥରେ ଚାଲିବା ନିମନ୍ତେ ଆମକୁ ପବିତ୍ର କରି ସ୍ବର୍ଗୀୟ ଜୀବନ ପାଇବା ନିମନ୍ତେ ସିଦ୍ଧ କରୁଛନ୍ତି !ଏହି ସିଦ୍ଧତା ନ ରହି ଆମେ ଯଦି ମୃତ୍ୟୁକୁ ଦେଖିବା ତେବେ ଉଦ୍ଧାରକାରି ନୀତିବାନ ନ୍ୟାୟଅଧିପତି ଦେଖିବା ବେଳେ ଆମେ ଭୟ ହୋଇ ଠିଆ ହେବା !ପ୍ରଭୁ ମୋତେ ଆଉ ଏକ ସୁଯୋଗ ଦିଅ ପୃଥିବୀକୁ ଯାଇ ତୁମକୁ ବିଶ୍ୱାସ କରିବି, ବିଶ୍ୱାସ କରି ତୁମକୁ ଗ୍ରହଣ କରିବି କହି ଆମେ କେତେ ଭିକ୍ଷା କଲେ ମଧ୍ୟ ଆଉ ସେ ସୁଯୋଗ ମିଳିବ ନାହିଁ !ସଇତାନ ଇଚ୍ଛାକରି ତାହାର ଦୂତଙ୍କର ନିମନ୍ତେ ସିଦ୍ଧ କରି ଥିବା ଅଗ୍ନିଜ୍ୱଲାରେ ଠେଲି ଦିଆ ଯାଏ !ନିତ୍ୟ ଜଳୁଥିବା ସେହି ଅଗ୍ନିଜ୍ୱଲା କେତେ ବେଦନା ଅଟଇ !

ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ମୃତ୍ୟୁ ପରେ ରହିଥିଲା ଜୀବନ ବାଛିବାର ସୁଯୋଗ ଆମ ସମସ୍ତଙ୍କୁ ଏହି ଜଗତେ ଅନୁଗ୍ରହ କରାଯାଇଛି !ଆପଣ କେଉଁ ଦ୍ଵାରକୁ ପସନ୍ଦ କରୁଛନ୍ତି ? ପ୍ରେମ, ଆନନ୍ଦ, ସମାଧାନରେ ପରିପୂର୍ଣ ହୋଇ ଥିବା ସଂକିର୍ଣ୍ଣ ଦ୍ଵାର ସ୍ୱର୍ଗ ରାଜ୍ୟକୁ, ନା ପ୍ରଶସ୍ଥ ଦ୍ଵାର ଦେଇ ସର୍ବନାଶକୁ ଘେନିଯିବା ନର୍କକୁ ? ଯଦି ଭ୍ରମରେ ପଡି ଭୁଲରେ ଦୌଉଡ଼ନ୍ତି ତେବେ ଆଜି ହିଁ ତୁମ ପଥକୁ ବଦଳାଇ ପାର !ଆପଣ ଏକାଦଶ  ଶ୍ରେଣୀରେ ନେଇଥିବା ଗ୍ରୁପ ଦ୍ଵାଦଶ ଶ୍ରେଣୀରେ ବଦଳାଇ ପାରିବ ନାହିଁ !ମାତ୍ର ଆପଣ ଜୀବନରେ ରହିଥିବା ବେଳେ ତୁମର ପାପର ପଥକୁ ଆଜି ହିଁ ତ୍ୟାଗ କରି ପବିତ୍ର ପଥକୁ ତୁମେ ନିଜକୁ ବଦଳାଇ ଦିଅ !ସଦାପ୍ରଭୁ ତୁମକୁ ସାହାଯ୍ୟ କରିବେ !
-    ଶ୍ରୀମତୀ ଭୁବନ ଧନ ଵାଲାନ 

ପ୍ରାର୍ଥନା କରନ୍ତୁ :-ଛାଇଲଡ଼ ପାରଟନର ଯୋଜନାରେ ମିଶି ପିଲାମାନଙ୍କର ଭବିଷ୍ୟତକୁ ଇଶ୍ୱରଙ୍କର ଅନୁଗ୍ରହ ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)