Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 27-01-2021

ଆଜିର ବାକ୍ୟ (Oriya) 27-01-2021

ଅନମନୀୟ 

“ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ; ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।” - ଗୀତସଂହିତା 75:5

ଅମୃତ ଗଛରେ ପେନ୍ତା ପେନ୍ତା ହୋଇ ଫୁଲ ଓ ଫଳ ଭରିଛି !ତାର ପାଖରେ ଥିବା ଏକ ଛୋଟ ଅମୃତ ଗଛକୁ ଏହି ଫୁଲ ଓ ଫଳ ଭରା ଗଛଟି କହିଲା, ତୁମ ପାଖରେ କିଛି ନାହିଁ, ଯାହାକି ଫୁଲ ନା ଫଳ କିଛି ହିଁ ନାହିଁ କହି ହୀନତା କଲା !ପବନ ସହ ବର୍ଷା ହେବାରୁ ସେହି ବଡ଼ ଅମୃତ ଗଛଟି ତଳେ ଓଲଟି ଗଲା !ମାତ୍ର ସେହି ଛୋଟ ଅମୃତ ଚାରାଟି ତାର କମ ବଳରେ ନ ଓଲଟି ସୁଦୃଢ ହୋଇ ରହିଲା !ଆମ୍ଭେମାନେ ମଧ୍ୟ ଅନେକ ସମୟରେ ସଦାପ୍ରଭୁ ଆମକୁ ଦେଇ ଥିବା ଆଶୀର୍ବାଦକୁ ଅନ୍ୟମାନଙ୍କୁ ଦେଖାଇ ସେମାନଙ୍କୁ ନୀଚତ୍ଵରେ  କଥା କହି ଥାଉ !ଆମେ ଗୋଟିଏ ବିଷୟ ମନେ ରଖିବାକୁ ହେବ କି ଯେ, ପରମେଶ୍ୱର ଆମକୁ ଦେଇ ଥିବା ଆଶୀର୍ବାଦ ଗୁଡିକ ଦ୍ଵାରା ଅନ୍ୟଙ୍କୁ ଉପକୃତ ହେଲା ପରି ବଂଚିବାକୁ ହେବ, କିନ୍ତୁ ତାହା ଦେଖାଇ ଅନ୍ୟମାନଙ୍କର ମନକୁ ବାଧା ଦେଲା ପରି କିମ୍ବା ନୀଚତ୍ଵ ହେଲା ପରି ବ୍ୟବହାର କରିବାକୁ ହେବ ନାହିଁ !

ଆମେ ଯଦି ବାଇବଲ ପଢିବା ତେବେ, ଅନେକ ସନ୍ତାନମାନଙ୍କୁ ଜନ୍ନ କରିଥିବା ପନିନ୍ନା ସନ୍ତାନ ବିହୀନ ହାନ୍ନାଙ୍କୁ ନୀଚତ୍ଵରେ ଦେଖି ହାନ୍ନାର ମନକୁ ବାଧା ଦେଲା !ହାନ୍ନାର ରୋଦନ ଶୁଣି ସଦାପ୍ରଭୁ ତାଙ୍କୁ ଏକ ପୁତ୍ର ସନ୍ତାନକୁ ଅନୁଗ୍ରହ କଲେ !ସେହିଁ ପୁତ୍ରଙ୍କୁ ଇଶ୍ରାଏଲମାନଙ୍କର ଉଦ୍ଧିପନାକୁ ସଦାପ୍ରଭୁ ବ୍ୟବହାର କରି ତାଙ୍କୁ ରାଜା ରୂପରେ ଅଭିଷେକ କରି ମହାନ ମହାନ କାର୍ଯ୍ୟ ଭାର ପରମେଶ୍ୱର ସମର୍ପଣ କଲେ !ମାତ୍ର ପନିନ୍ନାର ସନ୍ତାନ ସନ୍ତତିର ନାମ ଆମେ ଜାଣି ନାହୁଁ ! ପ୍ରିୟର ପିତାମାତା ତୁମ ସନ୍ତାନ ସନ୍ତତି ମାନଂକର ଉର୍ନ୍ନତି, ଅନୁଗ୍ରହକୁ ଆପଣ ହିଁ ବାଧା ହୋଇ ରୁହନ୍ତୁ ନାହିଁ !ପନିନ୍ନାର ଅହଂକାର କଥା ଯୋଗୁ ତାର ସନ୍ତାନମାନଙ୍କୁ ବ୍ୟବହାର କରିନାହାନ୍ତି !ଯଦି ଆମର ସନ୍ତାନ ମାନଙ୍କର ଆଲୋଚନା ପରମେଶ୍ୱରଙ୍କୁ, ଅନ୍ୟମାନଙ୍କୁ ପ୍ରୟଜଣ ରୂପରେ ବ୍ୟବହାର ହୁଏ ନାହିଁ ତେବେ ତାହାର କାରଣ ଆମର  ଅହଂକାର  !

ମୋର ପ୍ରିୟ ବନ୍ଧୁଗଣ, ଆମର ପରମେଶ୍ୱର ଅହଙ୍କାରୀକୁ ବିରୋଧୀ କରିବା ପରମେଶ୍ୱର !ସେହିଭଳି ମୋ ମଧ୍ୟରେ କହି ନ ପାରିବା କାର୍ଯ୍ୟ ବିଷୟରେ ଦୁଃଖିତ ହେଉ ଥିବା ଲୋକଙ୍କୁ ତାର ବହୁମୂଲ୍ୟ କୃପା ଓ ପ୍ରେମକୁ ବରଷାଇ ତାହାଙ୍କୁ ବ୍ୟବହାର କରିବା ଯୋଗ୍ୟ ପରମେଶ୍ୱର ଅଟନ୍ତି !ତେଣୁ ଆମେ ଆମର ସନ୍ତାନମାନଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ରହିବାକୁ ହେବ, ହଠାତ ଆମର ହୃଦୟରୁ ଅହଂକାର କାଢ଼ୀ ଦେବା !ଅନ୍ୟକୁ ନୀଚତ୍ଵ କରି ଆମର ଆଶୀର୍ବାଦକୁ ନଷ୍ଟ କରିବା ନାହିଁ ! ସେହିଭଳି ନୀଚତ୍ଵ ରୂପେ ବଚା ଯାଇଥିବା ବ୍ୟକ୍ତିଗଣ ଅନ୍ୟମାନଙ୍କର କଥା ଦ୍ଵାରା ନିରୁପାୟ ନ ହୋଇ ଏକାକୀ ସଦାପ୍ରଭୁଙ୍କର ନିକଟରେ ହୃଦୟକୁ ସମର୍ପଣ କରିବା !ଅନ୍ତରରେ ଲୁହ ଝରୁଥିବା ଦେଖି ସଦାପ୍ରଭୁ ଆମକୁ ବିଶେଷ ଫଳ ଦେବେ !
-    ଭାଇ ଏସ. ମୋନଜ କୁମାର 

ପ୍ରାର୍ଥନା କରନ୍ତୁ :-ପିସ କେନ୍ଦ୍ରର ସେବା ଦ୍ଵାରା ଅଭିଷେକ ହୋଇ ଥିବା ପ୍ରଭୁଙ୍କର ସେବକ ମାନଙ୍କୁ ଉତ୍ତମ ରୂପରେ ବ୍ୟବହୃତ ନିମନ୍ତେ !

To get this devotion, please contact
Whatsapp in Tamil: +91 94440 11864, 
Whatsapp in English - +91 86109 84002,
Whatsapp in Hindi - +91 93858 10496,
Whatsapp in Telugu - +91 94424 93250

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ  : - 9861597010.


Comment As:

Comment (0)