Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 25-01-2021

ଆଜିର ବାକ୍ୟ (Oriya) 25-01-2021

ଗୋଟିଏ ଓଳମ 

“ପୁଣି, ସଦାପ୍ରଭୁ ମୋତେ ପଚାରିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ଗୋଟିଏ ଓଳମ।” ତେବେ ପ୍ରଭୁ କହିଲେ, “ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲ ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ;” - ଆମୋଷ 7:8

କାନ୍ଥ ନିର୍ମାଣ  ପାଇଁ ବ୍ୟବହାର କରିବାକୁ ଜଣେ ମେସ୍ତ୍ରୀ ଗୋଟିଏ କାନ୍ଥ ସିଧା ଓ ସରଳରେଖାରେ ଅଛି କି ନାହଁ ଦେଖିବାକୁ  ବ୍ୟବହୃତ କରିବା ଜିନିଷ ହିଁ ଅଳମ !ତିନୋଟି ବା ଚାରୋଟି ଇଟା ତଳ ଉପର ରଖିବା ପରେ ଏହି ଅଳମ ଦ୍ଵାରା ସଂଲଗ୍ନ ହୋଇ ଅଛି କି ନାହିଁ ଦେଖନ୍ତି !ସଂଲଗ୍ନରେ ନ ରହି ବକ୍ରରେଖାଭାବେ ଥିବା ଇଟାକୁ ସିଧା କରି କାନ୍ଥ ସରଳରେଖାରେ ସଜାଡି ଦିଅନ୍ତି !

ଆମର ଆତ୍ମୀୟ ଜୀବନକୁ ବାଇବଲ ଏକ ନିର୍ମାଣରେ  ସମତୁଳନା କରି କୁହାଯାଇଛି (ଏଫିସିୟ -2:19-22) !ଏହି ନିର୍ମାଣ  ପରିପୂର୍ଣ୍ଣତା ସହିତ ତିଆରି କରିବାକୁ ଏକ ଅଳମର ଆବଶ୍ୟକ ଅଟେ !ସଦାପ୍ରଭୁ ଆମକୁ ଦେଇଥିବା ବାଇବଲ ହିଁ ସେହି ଅଳମ !ମଣିଷମାନେ ତାଙ୍କର ସାଧାରଣ ଆଖିରେ କାନ୍ଥକୁ ଦେଖିବା ବେଳେ ତାହା ସରଳରେଖା ଭାବେ ରହିବା ପରି ଲାଗେ, ମାତ୍ର ଅଳମ ତାହାର ଭୁଲ ଦେଖାଇ ପାରେ !ସେହିପରି ଆମେ କରୁଥିବା କାର୍ଯ୍ୟ ପ୍ରଣାଳୀ ଆମକୁ ଉତ୍ତମ ଲାଗୁଥିଲେ ବି ପରମେଶ୍ୱରଙ୍କର ବାକ୍ୟ ସହିତ ସମତୁଳନା କରିବା ବେଳେ ଆମର ଭୁଲଗୁଡିକୁ ଦେଖି ପାରିବା, ତେଣୁ ଇଶ୍ରାଏଲ ଜନତାଙ୍କ ଜୀବନ ବିଷୟରେ ଏହି ଅଳମ ଦ୍ଵାରା ପରିଶୋଧନ କରି ଦେଖିବି କହୁଛନ୍ତି !କାହିଁକି ଏହି ଅଳମ କଦାପି ମିଛ କହେ ନାହିଁ !ଇଶ୍ରାଏଲ ଜନତାଙ୍କ ଭୁଲିଯାଉଥିବା ଛୋଟ ଛୋଟ କାର୍ଯ୍ୟକୁ ଏହା ଦେଖାଇ ଦିଏ !ସେମାନଙ୍କର ଭୁଲଗୁଡିକ ସଦାପ୍ରଭୁଙ୍କର ଦୃଷ୍ଟିରେ ବିରୋଧୀ ହେଲେ ସୁଦ୍ଧା,  ମନ୍ଦତାରେ ପୂର୍ଣ୍ଣ ସଦା ପ୍ରଭୁଙ୍କର ଆଜ୍ଞାକୁ ଧର୍ମ ଶାସ୍ତ୍ରକୁ ଭିନ୍ନତା ହୋଇ ସେମାନଙ୍କର ପଥ ଥାଏ !ତେଣୁ ପ୍ରଭୁ ଇଶ୍ରାଏଲ ଜନତାଙ୍କୁ ନେବା ପାଇଁ ସମର୍ପଣ କରିଥିବା ଆମେ ବାଇବଲରେ ପଢ଼ୁଛୁ !

ମୋର ପ୍ରିୟ ବନ୍ଧୁଗଣ ଅଳମ ରୂପରେ ଥିବା ବାଇବଲକୁ ଆମେ ପ୍ରତ୍ୟୋକ ଦିନ ପଢିବା !ସଜାଡିବା କାର୍ଯ୍ୟକ୍ରମକୁ ସଜାଡ଼ି ଦେଲେ ଆପଣଙ୍କ ଜୀବନ ସଂଲଗ୍ନ ରୂପରେ ସଦାପ୍ରଭୁଙ୍କର ଇଛାରେ ରହେ !ଯଦି ସଜାଡି ପାରିବା ନାହିଁ ତେବେ ତୁମ ଜୀବନ ସଦାପ୍ରଭୁଙ୍କର ଦୃଷ୍ଟିରେ ବକ୍ରରେଖା ଭାବରେ ରହେ !ପ୍ରଭୁଙ୍କର ଶିକ୍ଷାର ପଥକୁ ଅଳମ ପରିଶୋଧନ କରି ଦେଖିବା ବେଳେ ତୁମ ଜୀବନ ପରିସ୍ଥିତି କଣ ? ଆଲୋଚନା କରି ଦେଖିବା, କାର୍ଯ୍ୟଟି ସଜାଡି ଦେବା !
-    ଭାଇ ଗାନ୍ଧୀ ରାଜନ 

ପ୍ରାର୍ଥନା କରନ୍ତୁ :-ଆମର ସେବାରେ ସହଭାଗୀ ହୋଇ ଆର୍ଥିକ ଓ ପ୍ରାର୍ଥନା ଦ୍ଵାରା ସାହାଯ୍ୟ କରୁଥିବା ପରିବାରଙ୍କ ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)