Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 20-01-2021

ଆଜିର ବାକ୍ୟ (Oriya) 20-01-2021

ମଧ୍ୟ ଭାଗରେ କିଛି ଅଛି କି ? 

"ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, “ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି !” - ଆଦି ପୁସ୍ତକ 16:13

ଗୋଟିଏ ପରିବାର ସଦା ପ୍ରଭୁଙ୍କର  ଭକ୍ତି ଥିଲେ !ସେହି ଘରର ମଝି ବଖରାରେ "ତୁମେ ମୋତେ ଦେଖୁ ଥିବା ସଦା ପ୍ରଭୁ " ଲେଖା ଯାଇ ଥିବା ବାକ୍ୟ କାନ୍ଥରେ ଟଙ୍ଗା  ହୋଇ ଥିଲା !ପରିବାର ସମସ୍ତେ ପ୍ରଥମେ ସେହି ବାକ୍ୟ ପଢିବା ପରେ ହିଁ ପ୍ରାର୍ଥନା ଆରମ୍ଭ କରାଯାଉ ଥିଲା !ଏହା ସେହି ପରିବାରର ପିତାଙ୍କର ଆଜ୍ଞା ଅଟେ !ଛୋଟ ବୟସରୁ ହିଁ ପିଲାମାନଙ୍କୁ ପ୍ରଭୁଙ୍କର ଭକ୍ତିରେ ବଢ଼ି ଥିଲେ !ସଦାପ୍ରଭୁ ସେହି ପିଲାମାନଙ୍କୁ ଆଶୀର୍ବାଦ କଲେ !ସେହି ପରିବାରର ବଡ଼ ପୁଅ ସରକାରୀ ଚାକିରି ପାଇଲା !ଦିନେ ଆର୍ଥିକ ଅଭାବ ଯୋଗୁ ବଡ଼ ପରିମାଣର ଲାଞ୍ଚ ନେଲା !କାହାରିକୁ ନ ଜାଣି କାର୍ଯ୍ୟ ସମାପ୍ତ କଲି ବୋଲି କିଛି ଆଉ ଭୟ କଲା ନାହିଁ !ଘରେ ପ୍ରାର୍ଥନା ବେଳେ "ତୁମେ ମୋର ଦେଖୁ ଥିବା ସଦାପ୍ରଭୁ " ପଢିବା କ୍ଷଣି ସେହି ଦିନର ଘଟଣା ଗୁଡିକ ମନକୁ ଆସିବାରୁ ଲୁହ ଝରାଇ ପ୍ରଭୁଙ୍କର ସମୁଖରେ ସେ କରିଥିବା କାର୍ଯ୍ୟକୁ ସମର୍ପିତ ହେଲା !ତାପର ଦିନ ସଖାଳୁ ତାଙ୍କ ଉଚ୍ଚ ଅଧିକାରୀ ନିକଟରେ ଟଙ୍କା ଦେଇ  ଦେଲା !

ବାଇବଲରେ ମଧ୍ୟ ଜଣେ ମଣିଷ ପରମେଶ୍ୱର ତାଙ୍କୁ ଦେଖୁଛନ୍ତି ବୋଲି ଭୟ ନ କରି ବ୍ୟବହୃତ କରିଥିବା ବ୍ୟବହାର ଦ୍ଵାରା ଦେଖା ଯାଇ ଥିବା ପ୍ରତିଫଳ ବିଷୟରେ ପବିତ୍ର ଆତ୍ମା ପରମେଶ୍ୱର ଲେଖିଛନ୍ତି !ତାହାରି ନାମ ହିଁ ଆଖନ୍ !ଇରିଖ ଠାରୁ କୋଣସି ପ୍ରକାଶ ଦ୍ରବ୍ୟ ନେବାକୁ ହେବ ନାହିଁ ବୋଲି ସଦା ପ୍ରଭୁ ପରମେଶ୍ୱର ଇଶ୍ରାଏଲମାନଙ୍କୁ ସତର୍କ ଦେଇ ଥିଲେ ମଧ୍ୟ ଆଖନ୍ ସେଠାରେ ଥିବା ଦ୍ରବ୍ୟ  ଗୁଡିକୁ ଆଶା କରି ତାଙ୍କର ତମ୍ବୁର ମଧ୍ୟ ଭୂମିରେ ପୋତି ଦେଲା !ଏହା କିଏ ଜାଣି ପାରିବେ ନାହିଁ ବୋଲି ଶାନ୍ତିରେ ଥିଲା !କିନ୍ତୁ ସିଏ ତ୍ୟାଗ କରି କରି ଥିବା ପାପ ସମସ୍ତ ଇଶ୍ରାଏଲମାନଙ୍କୁ ବନ୍ଦନ କଲା !ହୋଇଥିବା ଯୁଦ୍ଧରେ ପରାଜୟ ହେଲେ !ପରାଜୟର କାରଣ ଆଖନ୍ ବୋଲି ସଦା ପ୍ରଭୁ କହିବାରୁ ଏଥିରେ ସମଗ୍ର ଇଶ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ !ହଁ ସଦା ପ୍ରଭୁ ପରମେଶ୍ୱର ନ ଜାଣିବା କିଛି ନାହିଁ !

ଏହା ପାଠ କରୁଥିବା ତୁମ ଜୀବନରେ ବିଜୟୀ ନାହିଁ କି? ହେଲେ ତୁମର ତମ୍ବୁ ମଧ୍ୟରେ ପରମେଶ୍ୱରଙ୍କର ଇଚ୍ଛା ନ ଥିବା କିଛି ଅଛି କି ବୋଲି ନିଜକୁ ପରୀକ୍ଷା କରିବାକୁ ହେବ !ତମ୍ବୁ ଅର୍ଥାତ ଆମ ଶରୀର, ମଧ୍ୟ ଭୂମିରେ ଅର୍ଥାତ ଆମ ହୃଦୟ !ଆମ ହୃଦୟରେ କିଛି ଗୁପ୍ତ ପାପ  ଅଛି କି ? ମୁଁ କରିଥିବା କାର୍ଯ୍ୟ କିଏ ଜାଣି ନାହାନ୍ତି, କଦାପି କେବେ ମଧ୍ୟ ଜାଣି ପାରିବେ ନାହିଁ ବୋଲି ଧଉର୍ଯ୍ୟରେ ବଞ୍ଚୁଛ କି ? ସଦା ପ୍ରଭୁ ତୁମର ଆନ୍ତରିକ ଦେଖନ୍ତି ବୋଲି ଭାବନା ନ ରହି ଅଛ କି ? ତୁମ ପରିବାରରେ ପିଲାମାନଙ୍କର କିମ୍ବା ନାତି ନାତୁଣୀ ମାନଙ୍କର ଆଶୀର୍ବାଦ ଡେରି ହେଉଛି କି? କାରଣ ଏହିପରି ଗୁପ୍ତ ପାପ କାର୍ଯ୍ୟ ହୋଇ ଥାଇପାରେ !ତୁମ ଜଣକର ଗୁପ୍ତ  ପାପ କାର୍ଯ୍ୟ ଯୋଗୁ ସମ୍ପୂର୍ଣ ପରିବାର ଅସୁବିଧା ପଢୁଛନ୍ତି ତାହା ଆଖନ୍ ସତର୍କ  !ତେଣୁ ତୁମର ତମ୍ବୁର ମଧ୍ୟ ଭାଗ ଶୁଦ୍ଧଚିତ୍ତ କର !ବିଜୟୀ ଜୀବନ ବଞ୍ଚାଓ !
-    ଶ୍ରୀମତୀ ଜସ୍ମିନ ଶ୍ୟାମାଲା 

ପ୍ରାର୍ଥନା କରନ୍ତୁ :-ଅଫିସ କାମରେ ଜେରକ୍ସ ମିସିନ ଆବଶ୍ୟକ ଅଛି, ପରମେଶ୍ୱରଙ୍କ କୃପା କରିବା ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)