ଆଜିର ବାକ୍ୟ (Oriya) 07-05-2021
ଆଜିର ବାକ୍ୟ (Oriya) 07-05-2021
ସ୍ୱର ଶୁଣିବା ମେଷ
“ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।“ - ମାର୍କ 1:17
2001ମସିହା ସେପ୍ଟେମ୍ବର ଏଗାର ତାରିଖରେ ସନ୍ତ୍ରଶବାଦୀଙ୍କର ଦ୍ଵାରା ଅପହରଣ କରାଯାଇ ଥିବା ବିମାନ ଆମେରିକା ଦେଶର ପେଣ୍ଟଗଣ ସହରର ଏକ କୋଠାରେ ଆଘାତ କରିବା ବେଳେ, ସେଠାରେ ଅନେକ ଲୋକେ ସେହି କୋଠାରେ ଥିଲେ !ସେହି ବିମାନ ଆଘାତ କରିବା ଦ୍ଵାରା ସୃଷ୍ଟି ହୋଇ ଥିବା ଭୟଙ୍କର ଧୂଆଁରେ ଛନ୍ଦି ହୋଇ, ସେହି ଧୂଆଁ ସେମାନଙ୍କର ନୟନକୁ ଅନ୍ଧ କରିବା ଦ୍ଵାରା ବାହାରକୁ ଆସି ନ ପାରିବା ପରିସ୍ଥିତିରେ ନିରନ୍ତର ଅସୁବିଧାର ସମ୍ମୁଖୀନ ହେଲେ !ନିଶ୍ୱାସ ପ୍ରଶ୍ୱସ କରିବାକୁ ଅସୁବିଧା ହେଲେ !ସେତେବେଳେ ଆଇଶାକ ହବି ନାମକ ପୋଲିସ ଅଧିକାରୀ ଭିତରକୁ ଯାଇ, ଜୀବନରେ ଲୋକେ ଅଛନ୍ତି କି ବୋଲି ଖୋଜିଲେ !ଭିତରେ ରହିଥିବା ପରିସ୍ଥିତିକୁ ବୁଝି ପାରି କିଛି ବାହାରକୁ ଆସି କହିଲା, ମୋର ସ୍ୱରକୁ ଅନୁସରଣ କରି ବାହାରକୁ ଆସନ୍ତୁ କହି ବାରମ୍ବାର ଚିତ୍କାର କରି କରି ବାହାରକୁ ଆସିଲା !ତାଙ୍କର ସେହି ସ୍ୱରକୁ ଶୁଣି ଅନେକ ଲୋକ ବାହାରକୁ ଆସି, ଜୀବନ ବଞ୍ଚାଇଲେ !
ମାଛ ଧରୁଥିବା ପିତର ଓ ତାଙ୍କ ଭାଇ ଆନ୍ଧିୟ ସମୁଦ୍ରରେ ଜାଲ ବିଛାଉ ଥିବା ବେଳେ ଯୀଶୁ ଦେଖି ସେମାନଙ୍କୁ କହିଲେ, ମୋହର ଅନୁଗମନ କର । ସେମାନେ ତାଙ୍କର ଜାଲ ଓ ନୌକାକୁ ଛାଡି ସେହିକ୍ଷଣି ତାହାଙ୍କର ବାକ୍ୟକୁ ନତହୋଇ ଅନୁଗମନ କଲେ !ଯୀଶୁ ବାପା ତାଙ୍କ ସହ ମିଶି ଶକ୍ତି ଦେଇ, ଅନେକ କାର୍ଯ୍ୟ ଶିକ୍ଷା ଦେଇ, ମହାନ ଶକ୍ତିଶାଳୀ ସେବକ ରୂପରେ ବଦଳେଇ ସେବାକାର୍ଯ୍ୟରେ ବ୍ୟବହାର କରିଥିବା ଆମେ ବାଇଲରେ ପଡୁଛୁ !
ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ଏହି ପୃଥିବୀରେ ଅନେକ ପାପରେ, ଶାପଗ୍ରସ୍ତରେ ବାହାରକୁ ଆସି ନ ପାରିବା ପରିସ୍ଥିତିରେ କୋଟି କୋଟି ଲୋକମାନେ ଚଟପଟ ହେଉଛନ୍ତି !ସେହି ସମସ୍ତ ଗୋଟି ଗୋଟି ଲୋକଙ୍କୁ ଯୀଶୁ କହନ୍ତି, ମୋର ଅନୁଗମନ କର, କହି ପ୍ରତି ମିନିଟ ଡାକୁଛନ୍ତି !ଅସ୍ଥାଇ ଏହି ପୃଥିବୀରେ ଠିକଣା ନ ଥାଇ, ଜୀବନଯାପନ କରିବାକୁ ମାର୍ଗ ନ ପାଇ, ସିନିମା ହିରୋଙ୍କୁ, ରାଜନୈତିକ ଅଧିକାରୀଙ୍କୁ ଅନୁସରଣ କରି ଠକାମୀର ସ୍ୱୀକାର ହେଉଥିବା ଅନେକଙ୍କୁ ଦେଖି, ଯୀଶୁଖ୍ରୀଷ୍ଟ କହନ୍ତି, ମୋର ଅନୁଗମନ ହୁଅ !ମେଷ ପାଳକଙ୍କର ସ୍ୱର ଶୁଣି ତାଙ୍କୁ ଅନୁଗମନ କରିଥିବା ମେଷ ସଦୃଶ୍ୟ, ଯୀଶୁଙ୍କର ସ୍ୱର ଶୁଣି ତାଙ୍କୁ ଅନୁଗମନ କରିବା ଲୋକ ସଂରକ୍ଷଣ ପାଇବେ !ଭାଗ୍ୟବାନ ହୋଇ ରହିବେ !ତାଙ୍କ ସ୍ୱରକୁ ଆଜି ହିଁ ଅନୁଗମନ କରିବା !ଅନେକଙ୍କୁ ତାଙ୍କରି ନିକଟକୁ ଅନୁଗାମୀ ହେବାକୁ ବଦଳେଇବା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନା କରନ୍ତୁ :-
ପ୍ରତି ରବିବାର ଦିନ ପ୍ରଚାର ହେଉଥିବା ଯୌବନମାନଙ୍କର କାର୍ଯ୍ୟକ୍ରମକୁ ଦେଖି ଅନେକ ଶକ୍ତି ପାଇବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.