Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 01-05-2021

ଆଜିର ବାକ୍ୟ (Oriya) 01-05-2021

ସଂରକ୍ଷଣ  ପରମେଶ୍ୱର 

“ତୁମ୍ଭେ   ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।“ - ଯିଶାଇୟ 41:10

ବିଗତ ବର୍ଷରେ ଅନେକ ମାସ କୋରନା ଯୋଗୁ ଲକଡାଉନ, ଆର୍ଥିକ ଅସୁବିଧା ଭଳି ବଡ଼ ବଡ଼ ସମସ୍ୟାରେ ବିତାଇ ଥିଲୁ !ଆଉଥରେ କୋରନାର ଦ୍ୱିତୀୟ ଲହରୀ ଓ ତୃତୀୟ ଲହରୀ ବୋଲି ସାରା ପୃଥିବୀ  ଏହି ରୋଗ ଯୋଗୁ ଅସୁବିଧା ଭୋଗୁଛି !କେବେ ଏହା ଶେଷ ହେବ ? ତାପରେ କଣ ହେବ ? ଏହି ଭୟ ମାନବ ଜାତିକୁ ବିକୃତ  କରାଉଛି !

ଆଉଥରେ ଲକଡାଉନ କି ବୋଲି ଲୋକମାନେ ଭୟ ହେଉଛନ୍ତି !ଆଉ କେତେକ ବର୍ଷ ଏହି ରୋଗର ପ୍ରଭାବ ରହିବ !ଏହି ରୋଗ ସହିତ ଖାପଖୁଆଇ ଜୀବନଯାପନ କରିବାକୁ ଅଭ୍ୟାସ କରିନିଅନ୍ତୁ ବୋଲି କୁହାଯାଉଛି !ଭାକ୍ସସିନ, ମୁହଁକବଚ ଏବଂ ଅନ୍ୟାନ୍ୟ ସଂରକ୍ଷଣ ଵିଧିବିଧାନ ଗୁଡିକ ବ୍ୟବହାର କରିବାକୁ ସରକାର ସତର୍କ  କରାଉଛି !ହେଲେମଧ୍ୟ ଲୋକଙ୍କ ନିକଟରେ କୌଣସି ଭୟ, କି ଚିନ୍ତା ନ ରହି, ମୋର ଜୀବନ କଣ ହୋଇଯିବ ? କେବେ ମୋର ଦେଶ ସହଜ ପରିସ୍ଥିତିକୁ ଆସିବ ବୋଲି ଭୟ, ଉତ୍ତେଜନା ଦେଖାଯାଉଛି !

ପୃଥିବୀକୁ ନିଜର କରିବି ବୋଲି ଆଶା କରିଥିବା ନେପୋଲିୟନ ତାର ଶେଷ ଯୁଦ୍ଧରେ ବ୍ରିଟେନ ଠାରୁ ପରାଜୟ ହୋଇ, ସୈନିକ ଦ୍ଵାରା ବାନ୍ଧି ହୋଇ ଆଫ୍ରିକା କାରାଗାରରେ ଆଜୀବନ ଶଯ୍ୟା ପାଇଲା !ନିରନ୍ତର ମନ ଦୁଃଖ ଦ୍ଵାରା ତାର ଜୀବନ ଏକଲା ସେ ବିତାଇଲା !ତାଙ୍କ ସହ ସାକ୍ଷାତ କରିବାକୁ ଆସିଥିବା ତାର ସାଙ୍ଗ ଗୋଟିଏ ଚେସ ବୋର୍ଡ଼ ତାଙ୍କ ହାତରେ ବଢ଼ାଇ ଦେଇ କହିଲା, ଏହା ତୁମ୍ଭ ଆଲୋଚନାକୁ ସବଳ କରିବ !ଅତ୍ୟଧିକ ଉତେଜନାରେ ରହିଥିବା ନେପୋଲିୟନ ସେହି ଚେସ ବୋର୍ଡ଼କୁ ଧରାଛୁଆ କଲା ନାହିଁ !କିଛି ଦିନ ପରେ ରୋଗୀଣା ହୋଇ ମୃତ୍ୟୁବରଣ କଲା !ତାପର ଦିନରେ ପ୍ରାନସ  ଦେଶର ପ୍ରଦର୍ଶନୀରେ ସେ ବ୍ୟବହାର କରିଥିବା ସେହି ଚେସ ବୋର୍ଡ଼କୁ ଲୋକଙ୍କ ଠାରେ ନିଲାମ କରିବାକୁ ପ୍ରସ୍ତୁତ କଲେ !ତାହାକୁ ପରୀକ୍ଷା ନିରିକ୍ଷା କରିବାରୁ, ସେହି ମଧ୍ୟ ଦେଇ କାରାଗାରରୁ ଖସି ପଳାଇବା ପାଇ ସେଠାରେ ରାସ୍ତା ରହିଥିବା ଦେଖାଗଲା !ଉତ୍ତେଜନା ଓ ବିକୃତ ଯୋଗୁ ନେପୋଲିୟନଙ୍କର  ଆଲୋଚନା କାର୍ଯ୍ୟକ୍ଷମ ନ ହୋଇ ରହିଗଲା !

ଆମ ପ୍ରଭୁ ପରମେଶ୍ୱର ଆମ ହସ୍ତରେ ବହୁମୂଲ୍ୟ ବାଇବଲକୁ ସଂରକ୍ଷଣ କବଚ ଭାବରେ ଆମକୁ ଦେଇଅଛନ୍ତି !ଚିନ୍ତା, ଭୟ, ଉତ୍ତେଜନା ଏହିପରି ପରିସ୍ଥିତିରେ ତାହାକୁ ଖୋଲି ପଡ଼ିବାକୁ ଭୁଲନ୍ତୁ ନାହିଁ !ପ୍ରିୟ ବଂଧୁଗଣ,  ବାଇବଲ ବାକ୍ୟ ଆମକୁ ଏକ ମହାନ ଔଷଧ, ସଂରକ୍ଷଣ, ଆରୋଗ୍ୟ ସବୁ ଅଟେ !ତେଣୁ ପ୍ରତିଦିନ ବାଇବଲକୁ ପ୍ରେମ କରି, ପଠନ କରି , ଧ୍ୟାନ କରି, ଶ୍ୱାସ କରିବା ! ଏହି ରୋଗ ପାଇ ଆମକୁ ଭୟ କି ଉତ୍ତେଜନା ଆବଶ୍ୟକତା ନାହିଁ !ସଂରକ୍ଷଣ ପରମେଶ୍ୱର ତୁମ୍ଭ ଠାରେ ତୁମ୍ଭ ପରିବାର ସହିତ ଅଛନ୍ତି !ପ୍ରଭୁଙ୍କର ପ୍ରସନତା ତୁମ୍ଭଙ୍କୁ ଆଛାଦନ କରୁ !ଆମେନ!
-    ଶ୍ରୀମତୀ ସାରୋଜା ମୋହନ ଦାସ 

ପ୍ରାର୍ଥନା କରନ୍ତୁ :-
ଏହି ମାସ ସାରା ହେଉଥିବା ସେବାକାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ଉନମୁକ୍ତ ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)