ଆଜିର ବାକ୍ୟ (Oriya) 16-01-2021
ଆଜିର ବାକ୍ୟ (Oriya) 16-01-2021
ପରମେଶ୍ୱରଙ୍କର ଧାର୍ମିକତା
“ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି।“ - ରୋମୀୟ 10:3
ଗୋଟିଏ କାର୍ଯ୍ୟ ମଣିଷମାନଙ୍କର ଦୃଷ୍ଟିରେ ଧାର୍ମିକ ଲାଗିପାରେ ମାତ୍ର ପରମେଶ୍ୱରଙ୍କର ଧାର୍ମିକତା ଅଲଗା ରହିଥାଏ !ବାଇବଲରେ କିଛି ଘଟଣାକୁ ଆଜିର ଦିନରେ ଧ୍ୟାନ କରିବା !
ବାଇବଲରେ ଗଡ଼ (ଆଦିପୁସ୍ତକ :-
11:4)ଆକାଶକୁ ଛୁଇବା ଭଳି ଗଡ଼ ବାନ୍ଧିବାକୁ ଲୋକମାନେ ସ୍ଥିର କଲେ !କାରଣ ସେମାନେ ବିଖ୍ୟାତ ହେବା ନିମନ୍ତେ, ଛିନ୍ନଭିନ୍ନ ନ ହେବା ନିମନ୍ତେ, ବିନାଶ ସମୟରେ ସେମାନେ ନିଜକୁ ନିଜେ ରକ୍ଷା କରିବା ନିମନ୍ତେ, ତାଙ୍କ ଆଶା ପୂର୍ଣ୍ଣ କରିବାକୁ ସେମାନେ ମନସ୍ଥ କଲେ !ସେମାନେ କରୁଥିବା କାର୍ଯ୍ୟ ଉତ୍ତମ ବୋଲି ଭାବିଲେ !କିନ୍ତୁ ପରମେଶ୍ୱରଙ୍କର ଇଚ୍ଛା ଲୋକମାନେ ଗୋଟିଏ ସ୍ଥାନରେ ରହିବାକୁ ହେବ ନାହିଁ, ଲୋକମାନେ ପୃଥିବୀ ସାରା ବ୍ୟାପିବାକୁ ହେବ !ତେଣୁ ତାଙ୍କର ଭାଷାକୁ ଛିନ୍ନଭିନ୍ନ କଲେ !
ସିନ୍ଦୁକ(2ୟ ଶାମୂୟେଲ :-6:7)ଦାଉଦ ସିନ୍ଦୁକକୁ ଯିହୁଦାଠାରୁ ଆଣୁଥିବା ସମୟରେ ବଳଦମାନେ ଅମଣ ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା !ସେଠାରେ ଉଷ କରୁଥିବା କାର୍ଯ୍ୟ ଠିକ ବୋଲି ଭାବିଲା ମାତ୍ର ପରମେଶ୍ୱରଙ୍କର ଚିନ୍ତା ତାହା ନୁହେଁ, କେବଳ ଯାଜକଗଣ ହିଁ ସିନ୍ଦୁକ ଛୁଇବେ, ତାହାକୁ ବୋହି ଆଣିବେ ଏହା ହିଁ ପରମେଶ୍ୱରଙ୍କର ପ୍ରମାଣ !ତେଣୁ ଉଷ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା !
ବ୍ୟବିଚାରରେ ଧାରା ଯାଇଥିବା ସ୍ତ୍ରୀ (ଯୋହନ :-8:4)ବ୍ୟବିଚାରରେ ଧାରାପଡିଥିବା ସ୍ତ୍ରୀ ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ବ୍ୟବସ୍ଥାରେ ଆଜ୍ଞା ଅଛି, ଫାରୂଶୀମାନେ କହିଲେ !ସେମାନେ ସେମାନଙ୍କ ନିଜର ଧାର୍ମିକତା ଯୋଗୁ ସେହି ବିଧାନ କରିବାକୁ ହେବ ବୋଲି କହିଲେ !ମାତ୍ର ପରମେଶ୍ୱରଙ୍କ ଧାର୍ମିକତା ତାଙ୍କ ପରି ନ ରହି ବ୍ୟବିଚାର ଦ୍ଵାରା ଧରାଯାଇ ଥିବା ସ୍ତ୍ରୀ ଲୋକଙ୍କୁ କ୍ଷମା କରିବା ହିଁ ପରମେଶ୍ୱରଙ୍କ ଧାର୍ମିକତା !ତୁମ୍ଭେମାନେ ପରମେଶ୍ୱରଙ୍କ ଧାର୍ମିକତାକୁ ଗ୍ରହଣ କରୁ ନାହଁ ତେଣୁ ତୁମ ନିଜର ଧାର୍ମିକତାକୁ ପୂର୍ଣ୍ଣ କରିବା ନିମନ୍ତେ ଇଚ୍ଛା ହୋଇ ପରମେଶ୍ୱରଙ୍କୁ ବିରୋଧୀ ହୋଇ ଠିଆ ହେଉଛ !
ଏହିପରି ଆମେ ସମସ୍ୟା ଆସିବା ସମୟରେ ଆମ୍ଭେମାନେ ଆମର ହିଁ ଠିକ କହି ସଫଳତା କରିବାକୁ ଯିଦିଆ ହୋଇ ଥାଉ !ନଚେତ ଅମର ଅନୁଭୂତିକୁ ବ୍ୟବହାର କରି କାର୍ଯ୍ୟଟି ସଫଳତା କରିବାକୁ ଚାହୁଁ !ମାତ୍ର ଏଠାରେ ପରମେଶ୍ୱରଙ୍କ ଆଲୋଚନା, ତାଙ୍କର କାର୍ଯ୍ୟ କିପରି ରହିଛି, ପରମେଶ୍ୱରଙ୍କର ଧାର୍ମିକତାକୁ ଆମେ ଗ୍ରହଣ କରୁ ନାହୁଁ !ତେଣୁ ନତ ହେବାକୁ ଇଚ୍ଛା କରୁ ନାହୁଁ !ପରମେଶ୍ୱରଙ୍କର ଧାର୍ମିକତା ଆମେ ବାଇବଲ ଦ୍ଵାରା ଶିଖି ପାରିବା !ହଁ ବାଇବଲକୁ ଧ୍ୟାନ ସହକାରେ ପଢି ନତ ହେଲେ ତାଙ୍କ ଜୀବନ ନିଜର ଧାର୍ମିକତାରେ ନୁହେଁ ପରମେଶ୍ୱରଙ୍କର ଧାର୍ମିକତାରେ ପୂର୍ଣ୍ଣ ହୁଏ !
- ଏସ. ଗାନ୍ଧୀ ରାଜନ
ପ୍ରାର୍ଥନା କରନ୍ତୁ :-ଭି. ଏମ. ଏମ. ସହିତ ମିଶି
କାର୍ଯ୍ୟ କରୁଥିବା ସ୍ବେଛାସେବୀ ସେବକମାନଙ୍କ ନିମନ୍ତେ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.