ଆଜିର ବାକ୍ୟ (Oriya) 31-03-2025
ଆଜିର ବାକ୍ୟ (Oriya) 31-03-2025
ଆଜ୍ଞାବହତା ପାଇଁ ଦୁର୍ବଳତା କୌଣସି ପ୍ରତିବନ୍ଧକ ନୁହେଁ
“ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ !” - ଫିଲିପୀୟ ୪:୧୩
ମୋଶା ତାଙ୍କର ଶାରୀରିକ ଦୁର୍ବଳତାକୁ ପ୍ରଭୁଙ୍କ ଆଜ୍ଞା ପାଳନ କରିବାରେ ଏକ ପ୍ରତିବନ୍ଧକ ବୋଲି ବିବେଚନା କରିଥିଲେ ! ଯେତେବେଳେ ପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ମିଶରର ଦାସତ୍ୱରୁ ଉଦ୍ଧାର କରିବା ପାଇଁ ମୋଶାଙ୍କୁ ଡାକିଲେ !ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ପ୍ରଭୁ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ !”ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି ? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ ?ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା" ଯାତ୍ରାପୁସ୍ତକ:- ୪:୧୦-୧୨ରେ, ପ୍ରଭୁ ମୋଶାଙ୍କୁ ତାଙ୍କର କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ !
ପରମେଶ୍ୱରଙ୍କ ଜଣେ ସେବକ ଓସୱାଲ୍ଡ ଜେ. ସ୍ମିଥ୍, ତାଙ୍କ ବାଲ୍ୟକାଳରେ ବହୁତ ଦୁର୍ବଳ ଥିଲେ ! ଯେତେବେଳେ ସେହି ସହରରେ କୌଣସି ରୋଗ ଆସୁଥିଲା, ତାହା ପ୍ରଥମେ ଓସୱାଲ୍ଡ ପାଖକୁ ଆସୁଥିଲା ଏବଂ ତା’ପରେ ଅନ୍ୟମାନଙ୍କ ପାଖକୁ ଆସୁଥିଲା ! ସେ ଏତେ ଦୁର୍ବଳ ବାଳକ ଥିଲେ ଯେ କୌଣସି ପ୍ରତିରୋଧ କରୁନଥିଲେ ! ଓସୱାଲ୍ଡ ନିଜକୁ ପ୍ରଭୁଙ୍କ ସେବାରେ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦେଇଥିଲେ ! ପ୍ରଭୁ ତାଙ୍କର ଦୁର୍ବଳତା ଅପେକ୍ଷା ତାଙ୍କର ସମର୍ପଣ ଦେଖିଥିଲେ ! ତେଣୁ ପ୍ରଭୁ ସ୍ମିଥଙ୍କୁ ବହୁତ ଶକ୍ତିଶାଳୀ ଭାବରେ ବ୍ୟବହାର କରିଥିଲେ ! ସେ ତାଙ୍କୁ କାନାଡାର ଟୋରଣ୍ଟୋରେ ବିଶ୍ୱର ସର୍ବବୃହତ ମଣ୍ଡଳୀ, ପିପୁଲ୍ସ ଚର୍ଚ୍ଚ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ ! ଏହା ଯାହା ଦର୍ଶାଏ ତାହା ହେଉଛି "କାରଣ ଆମର ଏପରି ଜଣେ ମହାଯାଜକ ନାହାନ୍ତି ଯାହା ଆମର ଦୁର୍ବଳତାର ଭାବନା ଦ୍ୱାରା ସ୍ପର୍ଶ କରିପାରିବେ ନାହିଁ; ବରଂ ସେ ସମସ୍ତ କ୍ଷେତ୍ରରେ ଆମ ପରି ପରୀକ୍ଷିତ ହୋଇଥିଲେ, ତଥାପି ପାପ ବିନା" (ଏବ୍ରୀ:-୪:୧୫) !
ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ଆମ ଜୀବନରେ ସମସ୍ୟା, ପରୀକ୍ଷା ଏବଂ ଦୁର୍ବଳତା ଦ୍ୱାରା ଘେରି ରହୁ, ଆମେ କହିବା ଜାରି ରଖିବା,"ମୁଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସବୁକିଛି କରିପାରିବି ଯିଏ ମୋତେ ଶକ୍ତି ଦିଅନ୍ତି !" ଆମେ ତାଙ୍କ ଇଚ୍ଛାର ବଶବର୍ତ୍ତୀ ହୋଇ ତାଙ୍କର ଶକ୍ତି ପାଇଥାଉ ! ପ୍ରଭୁଙ୍କ ବାକ୍ୟ ପାଳନ କରିବାରେ ଆମର ଦୁର୍ବଳତା କୌଣସି ପ୍ରତିବନ୍ଧକ ନୁହେଁ !
"ମୁଁ ଏକ ଦୁର୍ବଳ ପାତ୍ର, କିନ୍ତୁ ମୁଁ ଅନେକ ସମୟରେ ତୁମ ହାତରେ ଭାଙ୍ଗି ଯାଇଛି ! ମୋତେ ପୃଥିବୀର ଲୁଣ କର !"
- ଶ୍ରୀମତୀ ଜାସ୍ମିନ୍
ପଲ ପ୍ରାର୍ଥନା ଅନୁରୋଧ:-
ଉତ୍ତର ଭାରତ ମିଶନାରୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.