Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 30-11-2022

ଆଜିର ବାକ୍ୟ (Oriya) 30-11-2022

 

ତୁମ୍ଭ କୁଡ଼ିଆ ଘରେ ନିଆଁ 

 

"...ଏହିସବୁ ସିନା ମୋହର ପ୍ରତିକୂଳ ହେଉଅଛି।” - ଆଦି ପୁସ୍ତକ 42:36

 

ସମୁଦ୍ର ମଧ୍ୟରେ ଏକ ଡ଼ଙ୍ଗା ଭୟଙ୍କର ତୋଫାନରେ ଛନ୍ଦି ହୋଇ ଏକ ବଡ଼ ପଥରକୁ ଧକ୍କା ଦେଇ ଭାଙ୍ଗି ଗଲା !ସେଥିରେ ଥିବା ଜଣେ ବ୍ୟକ୍ତି କେବଳ ଏକ କାଠ ଫାଳିଆ ଧରି ତିନିଦିନ ସମୁଦ୍ରରେ ପହଁରି ମଣିଷ ବାସ ନ କରିବା ଦ୍ୱୀପକୁ ପହଞ୍ଚିଲା !ସେଠାରେ କୁଡ଼ିଆ ଘର ନିର୍ମାଣ କରି, ପଶୁପକ୍ଷୀକୁ ଶିକାର କରି ତାକୁ ଖାଦ୍ୟରୂପେ ବ୍ୟବହାର କରି ଜୀବନଯାପନ କରୁଥାଏ !ଦିନ ତମାମ ଗଛ ଉପରେ ଚଡି କୌଣସି ଡ଼ଙ୍ଗା ଆସୁଥାଇ ପାରେ ବୋଲି ଦେଖୁଥାଏ !ମୋତେ ମୋ ନିଜର ମାତୃ ଦେଶକୁ ପଠାଅ ବୋଲି ସବୁବେଳେ ଯୀଶୁଙ୍କ ଠାରେ ପ୍ରାର୍ଥନା କରୁଥାଏ !ସେ ଦିନେ ଶିକାରକୁ ଯାଇ ଫେରିବା ବେଳେ ଦେଖିଲା, ତାର କୁଡ଼ିଆଟି ଜଳି ଯାଉଛି !ସେ ତାହା ଦେଖି ବହୁତ କାନ୍ଦିଲା !ଅଳ୍ପ ସମୟରେ ପ୍ରାଣ ବଞ୍ଚାଇବାକୁ ଏକ ଡ଼ଙ୍ଗା ଆସିବା ଦେଖିଲା !ସେଠାକୁ ଆସିବା ନାବିକ କହିଲା, ତୁମେ ଏତେ ବଡ଼ ନିଆଁ ଜଳାଇବା ଦ୍ଵାରା, ଏଠାରେ ମଣିଷ ରହିଥାଇ ପାରନ୍ତି ବୋଲି ଆମ୍ଭେ ଆସିଲୁ !ଏହା କହି ସେମାନେ ତାଙ୍କୁ ସାଥିରେ ନେଇ ଚାଲିଗଲେ !ବିଚାରକର୍ତ୍ତା ୬ ଅଧ୍ୟାୟରେ ଗିଦିୟୋନ୍‍ଙ୍କୁ ଦର୍ଶନ ଦେଇ ଥିବା ଦୂତଙ୍କ ସହିତ ଗିଦିୟୋନ୍‍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୁ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏ ସବୁ ଘଟିଅଛି କାହିଁକି ? ମାତ୍ର ଏହି ଅବସ୍ଥା ଦ୍ଵାରା ସଦାପ୍ରଭୁ ଗିଦିୟୋନଙ୍କୁ ଜଣେ ଉଦ୍ଧାର କାରୀ କଲେ !ତାହାଙ୍କୁ ମହାବିକ୍ରମଶାଳୀ ରୂପେ ଦେଖିଲେ !

 

ପବିତ୍ର ବାଇବଲରେ ଯାକୁବ ନାମକ ପ୍ରଭୁଙ୍କର ଦାସ ସଦାପ୍ରଭୁଙ୍କ ସହ ସଂଗ୍ରାମ କରି ବିଜୟୀ ଲାଭ କଲା !ମାତ୍ର ତାର ପ୍ରିୟ ପୁତ୍ର ହୋଇଥିବା ଯୋଶେଫଙ୍କୁ ହରାଇବା ହେତୁ, ତାହାଙ୍କ ଅସହ୍ୟ ଦୁଃଖ ହେଲା !ତାପରେ ହୋଇଥିବା ଦୁର୍ଭିକ୍ଷରେ ତାଙ୍କୁ ତାହାର ପରିବାରକୁ ଉଦ୍ଧାର କରିବାକୁ ପରମେଶ୍ୱର ପ୍ରେମରେ କରିଥିବା କାର୍ଯ୍ୟ ବୋଲି ସେ ଜାଣି ନ ପାରି, ସବୁକିଛି ତାହାର ବିପରୀତରେ ଘଟୁଛି ପରି ଲାଗିଲା !

 

ପ୍ରିୟ ଭାଇ ଓ ଭଉଣୀ ଗଣ, ଏପରି କାର୍ଯ୍ୟଗୁଡିକ ଆମ ଜୀବନରେ ମଧ୍ୟ ଆମକୁ ବିପରୀତ ଭାବେ ଦେଖା ଗଲେ, ଆମେ କରିବା କାର୍ଯ୍ୟ କଣ, ପ୍ରଭୁଙ୍କ ଠାରେ ବିଶ୍ୱାସର ସହିତ ସବୁକିଛି ଉପକୃତ ନିମନ୍ତେ ହିଁ ତୁମ୍ଭେ କଢାଇବ ବୋଲି ପ୍ରାର୍ଥନା କରି ଆମ୍ଭ ଜୀବନକୁ ତାହାଙ୍କ ହସ୍ତରେ ସମର୍ପଣ କରିବା ଉଚିତ !ଯାହା ଘଟେ ତାହା ଆମ ଛୋଟ ଜ୍ଞାନକୁ ବିପରୀତ ବୋଲି ଜଣାଗଲେ ମଧ୍ୟ ଭୟ କରନ୍ତୁ ନାହିଁ !ଧୌର୍ଯ୍ୟରେ ଅପେକ୍ଷା କରି ଆମ ପରମପିତାଙ୍କ ଠାରୁ ଅନୁଗ୍ରହ ପାଇବା !ଆମେନ୍ !

- ଏ. ବିହୁଲା

 

ପ୍ରାର୍ଥନା ଅନୁରୋଧ :-

ଆମ ସେବାକାର୍ଯ୍ୟକୁ ପ୍ରାର୍ଥନା ଏବଂ ଦାନ ଦ୍ଵାରା ସହଯୋଗ କରୁଥିବା ପରିବାରକୁ ପ୍ରଭୁଯୀଶୁଙ୍କ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)