Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 24-11-2022

ଆଜିର ବାକ୍ୟ (Oriya) 24-11-2022

 

ଉତ୍ତମତା

 

“କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ !” - ଏଫିସୀୟ 5:9

 

କେବଳ ହାନିକାରକ ଲାଗୁଥିବାକୁ ନିବାରଣ କହିବା ହିଁ ନୁହେଁ, ଅନ୍ୟମାନଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ଆବଶ୍ୟକତା ଅନୁଯାୟୀ ଆମର ସୁବିଧା ଅନୁସାରେ ସାହାଯ୍ୟ କରିବା ହିଁ ଉତ୍ତମତା ଅଟେ !ଆମେ ଆମର ଉତ୍ତମ ବ୍ୟବହାରରେ ଏବଂ ଆମର ସବୁ କାମରେ ଆମର ଉତ୍ତମତାକୁ ବ୍ୟାଖ୍ୟା କରିବା ଉଚିତ !ଆଜି ଧର୍ମ ନାମରେ ଏହି ଉତ୍ତମତା ସାଧାରଣ ଭାବେ ସବୁପ୍ରକାର ଧର୍ମରେ ଦେଖା ଯାଉଛି !ମୁଁ ଦିନେ ଗାଡି ଚଳାଉ ଥିବାବେଳେ ମୋ ସମୁଖରେ ଜଣେ ଅଲଗା ଧର୍ମର ଚାଳକ କାରର କାଚରେ ଲେଖିଛି,' ମନ୍ଦ ବଦଳରେ ଭଲ କର' !ସେ ଅନେକ ଭଲ କାମ କରୁଥିବ !କେବଳ ସେଥିକି ହିଁ ନୁହେଁ, ତାଙ୍କ ଆତ୍ମାରେ ସଂତୃପ୍ତି ଏବଂ ଆନନ୍ଦ ପାଇବ !କିନ୍ତୁ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଜାଣି,ଅନୁଭୂତିରେ ତାଙ୍କ ଠାରେ ସହବାସ କରୁଥିବା ଆମର ଗୁଣ ଉତ୍ତମତାରେ ବଦଳି, ଆମ ଚାରିପଟେ ଥିବା ଲୋକଙ୍କୁ ସହଜରେ ସାହାଯ୍ୟ କରିବାକୁ ଆମେ ପ୍ରେରଣା ହେବା ଉଚିତ !ସେ ନାନା ସତ୍‌କର୍ମ ଓ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ(ପ୍ରେରିତ :-9:36) ରେ ଲେଖା ଯାଇଛି !ରୁତ ମଧ୍ୟ ଉତ୍ତମତାରେ ପରିପୂର୍ଣ୍ଣ ହୋଇ ଗମନ କରିବା ଦ୍ଵାରା,ଗାଁ ସମସ୍ତେ ସେ ଏକ ଯୋଗୀ ବୋଲି ଜାଣିଥିଲେ !ମାଥିଉ :-5:3-16 ରେ ଯୀଶୁଖ୍ରୀଷ୍ଟ ଆମକୁ କହିଥିବା ସମସ୍ତ ଲକ୍ଷଣ ଗୁଡିକ ଆମକୁ ଧନ୍ୟ ଅବା ଉତ୍ତମତାରେ ପରିପୂର୍ଣ୍ଣ ହୋଇଥିବା ଲୋକଙ୍କ ସଦୃଶ୍ୟ ଆମକୁ ଜୀବନଯାପନ କରିବାକୁ କରିବ !ପବିତ୍ର ବାଇବଲରେ ଆତ୍ମୀୟ ଫଳଗୁଡିକ ନ କହି କେବଳ ଆତ୍ମୀୟ ଫଳ ବୋଲି ଏକବଚନରେ କୁହାଯାଇଛି !ଗୋଟିଏ ଫଳର ବାସନା, ସ୍ୱାଦ, ଦୃଢ଼ତା,ଆର୍ଦ୍ରତା,ମୃଦୁତା,ରଙ୍ଗୀନ, ଆକାର ପୋଷଣ ଏବଂ ଖଣିଜ ପଦାର୍ଥ ରହିଥିବା ସଦୃଶ୍ୟ, ଆଧ୍ୟାତ୍ମିକ ଫଳର ନଅ(୯)ଟି ଲକ୍ଷଣ ଆମ ଜୀବନରେ ଦେଖାଯିବା ଉଚିତ ବୋଲି ସଦାପ୍ରଭୁ ଇଚ୍ଛା କରୁଛନ୍ତି !

 

ଇଟାଲୀରେ ଜନ୍ମ ହୋଇଥିବା ମାତା ପ୍ଲୋରେନ୍ସ ଖ୍ରୀଷ୍ଟଙ୍କର ଉତ୍ତମତା ଏବଂ ଦୟାରେ ପରିପୂର୍ଣ୍ଣ ହୋଇ ଅଛନ୍ତି !ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ, ଗରିବ ଏବଂ ସାଧାରଣ ଜନତାଙ୍କୁ ଦେଖି ତାହାଙ୍କ ହୃଦୟ ଭାଙ୍ଗି ଗଲା !ସେ ଷୋହଳ ବର୍ଷ ବୟସରେ ନର୍ସିଙ୍ଗ ବିଦ୍ୟାଳୟରେ ପ୍ରବେଶ କଲା !1854 ମସିହାରେ ଆଇରୋଫାରେ ହୋଇଥିବା ଯୁଦ୍ଧରେ ଆଘାତ ହୋଇଥିବା ସୈନିକମାନଙ୍କୁ ଦୟାରେ ରକ୍ଷା କଲା !ତାହାଙ୍କ ଆବଶ୍ୟକକୁ ପ୍ରଶଂସା କରି ଭିକଟୋରିୟାର ରାଣୀ ଦେଇ ଥିବା ଟଙ୍କାକୁ ଗରିବ ଜନତାଙ୍କ ନିମନ୍ତେ ନର୍ସିଙ୍ଗ ସ୍କୁଲକୁ ଆରମ୍ଭ କରି, ଅନେକ ଲୋକଙ୍କୁ ବଞ୍ଚାଇଲା !ତାହାଙ୍କର ଦୟା ଏବଂ ପ୍ରେମ ଅନେକ ଲୋକଙ୍କ ହୃଦୟକୁ ସ୍ବର୍ଶ କଲା !ପ୍ରଭୁଙ୍କର ସନ୍ତାନ ରୂପେ ମୋନାନୀତ ହୋଇଥିବା, କୌଣସି ଭଲ କାର୍ଯ୍ୟ କରିବାକୁ ଯୋଗ୍ୟତା ପାଇବା ଉଚିତ ବୋଲି ସଦାପ୍ରଭୁ ଇଚ୍ଛା କରୁଛନ୍ତି !ହେ ମୋର ପ୍ରିୟ ବନ୍ଧୁଗଣ, ଆମଠାରେ ଥିବା ଉତ୍ତମତାକୁ ଦେଖି, ଅନ୍ୟ ବ୍ୟକ୍ତିମାନେ ପ୍ରଭୁଙ୍କୁ ମହିମାନ୍ୱିତ କରିବା ଉଚିତ !ଆମେନ୍ !

- ଶ୍ରୀମତୀ ସାରୋଯ୍ୟା ମୋହନ ଦାସ

 

ପ୍ରାର୍ଥନା ଅନୁରୋଧ :-

ଫିଲ୍ଲିଫ ସୁସମାଚାର ଦୋଳ ମାଧ୍ୟମରେ ପ୍ରତ୍ୟେକ ସପ୍ତାହରେ ପ୍ରକାଶ କରାଯାଉ ଥିବା ଏବଂ ନୂତନ ଗ୍ରାମରେ ଥିବା ଲୋକମାନେ ଯୀଶୁଙ୍କୁ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)