Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 05-10-2022

ଆଜିର ବାକ୍ୟ (Oriya) 05-10-2022

 

ଆଶୀର୍ବାଦର ପଥ  

 

“ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ ।“ - ଫିଲିପ୍ପୀୟ 2:8

        

ଗୋଟିଏ ସୁନ୍ଦର ଅରଣ୍ୟରେ ଅନେକ ବାଉଁଶ ଗଛ ଥିଲା !ଏହି ସବୁକୁ ମାଲିକ ପାଣି ଢ଼ାଳି , ଅତି ଉତ୍ତମ ରୂପେ ଦେଖି ଆସୁଥାଏ !ତାଙ୍କ ମନ ପସନ୍ଦର ବାଉଁଶ ଗଛ ସହିତ କିଛି ସମୟ ବାର୍ତ୍ତାଳାପ କରେ !ଦିନେ ସେହି ମାଲିକ ବାଉଁଶ ଗଛ ସହ କହିଲା, ମୁଁ ତତେ ଉପଯୋଗ କରୁଛି, ସେହି ସମୟ ଆସିଲା !ସେହି ଗଛଟି ବହୁତ ଖୁସିରେ ପଚାରିଲା, ମୋତେ କେମିତି ଉପଯୋଗ କରିବ ? ତେବେ ସେ ମାଲିକ କହିଲା, ସେହି ସ୍ଥାନରୁ ତତେ ହାଣିବି, ତାପରେ ତୁମ ଶାଖା ଗୁଡିକ ହାଣିବି, ତାପରେ ତତେ ଦୁଇ ଫାଳ କରି, ମୁଁ ଉପଯୋଗ କରିବି ! ସେହି ବାଉଁଶ ଗଛ ତାହା ଶୁଣି ଅତି ଦୁଃଖିତ ହୋଇ କହିଲା, ଏତେ ମୋତେ ଆଘାତ କରି ଉପଯୋଗ କରିବ କି ? ଯଦି ସେହିପରି ହେଲେ ମୋତେ ବ୍ୟବହାର କର ନାହିଁ !ତାପରେ ଆଉ ଅଳ୍ପକିଛି ମିନିଟ ଆଲୋଚନା କରି କହିଲା, ମୋତେ ଉପଯୋଗ କର କହି ସେ ଆପଣାକୁ ସମର୍ପିତ ହେଲା !ସେତେବେଳେ ସେହି ମାଲିକ ବାଉଁଶ ଗଛକୁ ହାଣି, ତାହାକୁ ଦୁଇ ଫାଳ କରି, ଗୋଟେ ଆଡୁ ପାଣିରେ ଓ ଅନ୍ୟ ଆଡୁ ଶୁଖିଲା ବିଲରେ ରଖିଲା !କିଛି ଦିନ ମଧ୍ୟରେ ସେହି ଜମିକୁ ଚାଷ କରି ବିହନ ବୁଣିଲା !ତାହା ଚାରା ହୋଇ ଫସଲ ହେଲା ପରେ, ତାହାକୁ କାଟିଲା !ସେହି ବାଉଁଶ ଗଛର ଅବନତ ହେତୁ ସେହି ମାଲିକକୁ ଅତି ଆନନ୍ଦିତ ଲାଗିଲା !

 

ପବିତ୍ର ବାଇବଲରେ ସଦାପ୍ରଭୁ ଶାମୁୟେଲ ଦ୍ଵାରା ଶାଉଲଙ୍କୁ କହିଲେ, ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ !କିନ୍ତୁ ଶାଉଲ ତାଙ୍କ କଥାରେ ଆଜ୍ଞାବହ ନ ହୋଇ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରି, ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ !ଶେଷରେ ଶାଉଲଙ୍କ ରାଜ୍ୟ ଭାର ତାହାକୁ ପରିତ୍ୟାଗ କରିବାର କାରଣ ହେଉଛି, ତାହଙ୍କ ଅବିଧେୟତା !ଆମ ଆତ୍ମୀୟ ଜୀବନରେ ମଧ୍ୟ ଶରୀର ଯୀଶୁଖ୍ରୀଷ୍ଟଙ୍କୁ ଅବିଧେୟତା କରୁଛି କି ? 

 

ପ୍ରିୟ ବନ୍ଧୁଗଣ, ପ୍ରଭୁଯୀଶୁଖ୍ରୀଷ୍ଟ ପରମେଶ୍ୱର ସ୍ୱରୂପ ହୋଇ ରହି, ପିତାଙ୍କ ସହ ସମାନ ଭାବେ ରହିବାକୁ ପରିତ୍ୟାଗ ନ କରିବା ଭାଗ୍ୟ ବୋଲି ପସନ୍ଦ କରି ନାହିଁ ! କିନ୍ତୁ ମନୁଷ୍ୟ ସ୍ୱରୂପ ଜନ୍ମ ହୋଇ ଦାସ ସ୍ୱରୂପ ଧାରଣ କରି ଆପଣାକୁ ଅବନତ କଲେ !କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ !ସେଥିପାଇଁ ପରମେଶ୍ୱର ତାହାଙ୍କୁ ସବୁଠାରୁ ଉର୍ନ୍ନତି ଭାବେ ବୃଦ୍ଧି କଲେ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଆଜ୍ଞାବହତା ସମସ୍ତ ମାନବ ଜାତିକୁ ପରିତ୍ରାଣ କଲା ତ !ଏପରି ଅବସ୍ଥାରେ ସେ ପରମେଶ୍ୱରଙ୍କ ଆଜ୍ଞାକୁ, କର୍ତ୍ତବ୍ୟକୁ ଆଜ୍ଞାବହ ହୋଇ ଅନ୍ୟମାନଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ଜୀବନଯାପନ ହେବାକୁ ଆମକୁ ସମର୍ପଣ ହେବା କେତେ ମହାନ ଆନନ୍ଦ ଅଟେ !ହାଲେଲୁୟା !

- ଶ୍ରୀମତୀ ନିରୋଶା ଆଲଭିନ୍ 

 

ପ୍ରାର୍ଥନା ଅନୁରୋଧ :-

ଫିସ କେନ୍ଦ୍ରକୁ ଆସି ପ୍ରାର୍ଥନା କରୁଥିବା ବ୍ୟକ୍ତିମାନେ ସଂପୂର୍ଣ୍ଣ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କର ସାକ୍ଷୀ ରୂପେ ବଞ୍ଚିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)