Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 04-10-2022

ଆଜିର ବାକ୍ୟ (Oriya) 04-10-2022

 

ଆମ୍ଭର ଯୁଦ୍ଧ କାହା ସହ 

 

“କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ;” - ଏଫିସୀୟ 6:12

 

ଆମେ ଆଜିକାଲି ଖବର କାଗଜରେ, ସାମାଜିକ ମିଡ଼ିଆ ମାଧ୍ୟମରେ, ଆମେ ଦେଖୁଥିବା, ଶୁଣୁଥିବା ଖବର ଧର୍ଷଣ, ହିଂସା, ଯୁଦ୍ଧ, ଅନ୍ୟାୟ ଏମିତି କିଛି !ସମାଜରେ ଅନ୍ୟାୟ ହେବାବେଳେ ଏକ ସମୂହ ଉଠି ଯୁଦ୍ଧ କରେ !ଖ୍ରୀଷ୍ଟଙ୍କୁ ଜାଣି, ତାହଙ୍କ ସନ୍ତାନ ହୋଇଥିବା ଆମ୍ଭଙ୍କୁ ମଧ୍ୟ ଆତ୍ମୀୟ ଯୁଦ୍ଧ ରହିଛି !ହେଲେ ଆମେ ଯୁଦ୍ଧଭୂମିରେ ଆମ ସହଚର ମଣିଷମାନଙ୍କ ସହ ଯୁଦ୍ଧ କରୁଛୁ କି ? ସେମାନଙ୍କ ଠାରେ ନୁହେଁ !ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ, ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ଆମେ ଯୁଦ୍ଧ କରିବା ଉଚିତ ! ଏହି ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମେ ଯୁଦ୍ଧ କିପରି ମୁକାବିଲା କରିବା ? ଯୀଶୁଖ୍ରୀଷ୍ଟ ଆମ୍ଭକୁ ଗୋଟିଏ ମାର୍ଗ ଦେଖାଇଛନ୍ତି !ଏହା ଆମେ ଏଫିସୀୟ :-6:12 ରେ ଦେଖି ପାରିବା !ଶଇତାନର ପ୍ରଲୋଭନକୁ ମୁକାବିଲା କରିବାକୁ ହେଲେ ପ୍ରଭୁ ଦେଇଥିବା ସର୍ବାଙ୍ଗ କବଚକୁ ପରିଧାନ କରିବା ଉଚିତ !

 

ସୈନିକ ବାଦ ଅବା ପ୍ରଭୁଙ୍କର କବଚ ହେଉଛି :- ସତ୍ୟ ନାମକ କବଚ, ନୀତି ନାମକ ମାର୍ଗଦର୍ଶୀ, ସମାଧାନ ସୁସମାଚାର ସିଦ୍ଧତାର ପାଦଚି଼ହ୍ନ , ବିଶ୍ୱାସ ନାମକ ଢାଲ, ପରିତ୍ରାଣ ନାମକ ମୁକୁଟ, ବାକ୍ୟ ନାମକ ଆତ୍ମୀୟ ଖଡ୍ଗ !ଏହି ଅସ୍ତ୍ର ଗୁଡିକ ପରିଧାନ କରି, ଆମେ ଆତ୍ମୀୟ ବର ପାଇ, ବିଜୟୀ ହେବା ଉଚିତ ବୋଲି ପ୍ରଭୁ ଇଚ୍ଛା କରୁଛନ୍ତି !ଏଥି ନିମନ୍ତେ ହିଁ ଆମକୁ ଆହ୍ୱାନ କରିଛନ୍ତି !ଅନେକ ପ୍ରକାରର ଆତ୍ମା ସହ ଆମର ଯୁଦ୍ଧ ହୁଏ !ଯୀଶୁଖ୍ରୀଷ୍ଟ ବାକ୍ୟ ଦ୍ଵାରା ଶଇତାନକୁ ବିଜୟୀ ହେଲା ସଦୃଶ୍ୟ, ଆମ୍ଭେ ମଧ୍ୟ ବାକ୍ୟର ଆତ୍ମୀୟ ଖଡ୍ଗ ହସ୍ତରେ ଧରି ଶଇତାନ ଧୌଡିବା ପର୍ଯ୍ୟନ୍ତ ତାହାକୁ ତଡିବା !

 

ପୋଟୀଫରର ସ୍ତ୍ରୀଙ୍କୁ ଧରିଥିବା ବ୍ୟାବିଚାର ଆତ୍ମା ଯୋଷେଫଙ୍କୁ ମଧ୍ୟ ପସେଇବାକୁ ଯୁଦ୍ଧ କଲାବେଳେ, ଏହେତୁ ମୁଁ କିପରି ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ବୋଲି ଯୋଶେଫ କହି ସେହି ଆତ୍ମୀୟ ଯୁଦ୍ଧରେ ବିଜୟୀ ଲାଭ କରି ଚାଲିଗଲା ତ !ଧନର ଆତ୍ମା ପ୍ରେରଣା କରିବା ଦ୍ଵାରା ଅନନୀୟ ଓ ସଫେରା ଏହି ଦୁଇ ଜଣ ମିଛ କହି ଆତ୍ମୀୟ ଯୁଦ୍ଧରେ ପରାଜୟ ବରଣ କରି ମୃତ୍ୟୁ ହେଲେ ତ !ଏହି ସବୁ ଆମକୁ ସତର୍କ କରାଉଛି !ଆମର ଯୁଦ୍ଧ କେମିତି ଆତ୍ମାରେ ଅଛି ? ଅନ୍ୱେଷଣ କରି, ଯୁଦ୍ଧକୁ ସିଦ୍ଧ ହେବା, ଯୁଦ୍ଧରେ ବିଜୟୀ ଲାଭ କରି, ସ୍ବର୍ଗୀୟ ଭାଗ୍ୟକୁ ପାଇବା !ହାଲେଲୁୟା !

- ଶ୍ରୀମତୀ ଭୁବାନା ଧାନାବାଲାନ୍

 

ପ୍ରାର୍ଥନା ଅନୁରୋଧ :-

ପ୍ରତିଦିନ ସକାଳ ପାଞ୍ଚ ଘଣ୍ଟାରେ ୟୁଟ୍ୟୁବରେ ଆମେ ତାମିଲିରେ ପ୍ରସାରଣ କରୁଥିବା ବ୍ୟବସ୍ଥା ଆରାଧନା ମାଧ୍ୟମରେ ଅନେକେ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)