Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 02-10-2022 (Kids Special)

ଆଜିର ବାକ୍ୟ (Oriya) 02-10-2022 (Kids Special)

 

ସବୁକିଛି ମଙ୍ଗଳ ନିମନ୍ତେ 

 

“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ ।“ - ରୋମୀୟ 8:28

 

ହାଇ ପିଲାମାନେ, ସମସ୍ତେ କେମିତି ଅଛ, ଭଲ ଅଛ କି ? ଠିକ ଅଛି ପିଲାମାନେ, ତୁମେ ସମସ୍ତେ କୃଷି କାମ, ସିମେଣ୍ଟ କାମ, ପେଣ୍ଟିଂ କାମ, ଏବଂ ମୁଲିଆ କାମ କରିବା ଅନେକ ଲୋକଙ୍କୁ ଦେଖିଥିବ !ମାତ୍ର କାଠ ହାଣି ବ୍ୟବସାୟ କରିବା କାମ କେବେ ଦେଖିଛ କି ? ଏବେ ଆମେ ତାହାଙ୍କ ବିଷୟରେ ଜାଣିବା !

 

ଦୀନେଶ ଓ ଗୋପୀ ନାମକ ଦୁଇ ଭାଇ ଥାଆନ୍ତି !ସେହି ଦୁଇ ଜଣ କାଠ କାମ କରି, ସେମାନଙ୍କ ପରିବାରକୁ ଭରଣପୋଷଣ କରୁଥାନ୍ତି !ସେହି ଦୁଇ ଜଣଙ୍କୁ ଯୀଶୁବାପାଙ୍କ ବିଷୟରେ ଭଲ ଭାବେ ଜଣା !ଦୀନେଶ ଭାଇ ଯୀଶୁବାପା କରିଥିବା ଛୋଟଛୋଟ ଉପକାରକୁ ମଧ୍ୟ କୃତଜ୍ଞତା ଜଣାଉ ଥାଏ !ସକାଳୁ ଉଠିବା କ୍ଷଣି ପ୍ରାର୍ଥନା ନ କରି କୌଣସି କାମ ଆରମ୍ଭ କରେ ନାହିଁ !କିନ୍ତୁ ଗୋପୀ ଭାଇ ମାତ୍ର ଯୀଶୁବାପା ତାକୁ କେତେ ଉପକାର କଲେ ସୁଧା ଭୂଲ ଗୁଡିକ କହି ବଚସା କରୁଥିବ !ସକାଳୁ ବଣକୁ ଯାଇଯାଇଥିବା ସେହି ଦୁଇ ଜଣ ପୁନର୍ବାର ଘରକୁ ଫେରିବା ବେଳେ ଅନ୍ଧାର ହୋଇଯାଏ !

 

ଦିନେ ସକାଳୁ ସବୁଦିନ ପରି ଅଭ୍ୟାସ ଅନୁଯାୟୀ କାଠ କାମକୁ ବଣକୁ ଗଲେ !ସେଠାରେ ତାଙ୍କ ନିମନ୍ତେ ଏକ ଆଚର୍ଯ୍ୟ ଅଛି !ତାହା ହେଉଛି, ବଣ ସବୁ ନିଆଁରେ ଜଳୁଛି !ଏହି ଦୃଶ୍ୟ ଦେଖିବା କ୍ଷଣି ଗୋପୀ ଭାଇ କହିଲା, ଏହି ଯୀଶୁବାପା କେବେ ଆମକୁ ଶାନ୍ତିରେ ରହିବାକୁ ଦିଏ ନାହିଁ !ଏହି ବଣକୁ, କାଠକୁ ବିଶ୍ୱାସ କଲେ ଆମ ପରିବାର ଦାଣ୍ଡରେ ହିଁ ଗଡ଼ିବା ଉଚିତ, କହି ଅନ୍ୟ ଗାଁକୁ ଚାଲିଗଲା !କିନ୍ତୁ ଦୀନେଶ ଭାଇ ଅତି ଦୁଃଖରେ ଘରକୁ ଯାଇ ଆଣ୍ଠୁ ପାତି, ଯୀଶୁବାପା ତୁମ୍ଭେ ମୋ ଜୀବନରେ କଣ କଲେବି ତାହା ମୋ ମଙ୍ଗଳ ନିମନ୍ତେ ଅଟେ, ଏବେ ଅରଣ୍ୟରେ ଥିବା ଗଛ ଗୁଡିକ ନିଆଁ ଲାଗି ଜଳିଗଲା !ମୁଁ କଣ କରିବି ବୋଲି ମାଗି ପ୍ରାର୍ଥନା କରୁଥାଏ !ସଙ୍ଗେସଙ୍ଗେ ଯୀଶୁବାପା ତାଙ୍କ ହୃଦୟରେ କଥା ହୋଇ କହିଲେ, ତୁମେ ଯାଇ ବଣରେ ପୋଡ଼ିଗଲା ପରେ ତଳେ ପଡିଯାଇଥିବା କାଠ ଗୁଡିକ ଅଣି ବ୍ୟବସାୟ କର !ଦୀନେଶ ଭାଇ ଖୁସିରେ ଯୀଶୁ ଯାହା କହିଲେ ତଦ୍ରୁପ କଲା !କାଠ ଅପେକ୍ଷା ସେହି ପୋଡ଼ିଯାଇଥିବା କାଠ ହିଁ ଅଧିକ ମୂଲ୍ୟରେ ବିକ୍ରୟ କରାଗଲା !ଯୀଶୁବାପା ଦୀନେଶ ଭାଇକୁ ଆଶୀର୍ବାଦ କରିବା ଆରମ୍ଭ କଲେ !ତାଙ୍କ ନିମନ୍ତେ ନିଜସ୍ୱ ଦୋକାନ ଆରମ୍ଭ କରି, ତାହାର ମାଲିକ ହେଲା !ତାଙ୍କ ଜୀବନ ବଦଳି ଗଲା !

 

ପ୍ରିୟ ଭାଇ ଓ ଭଉଣୀମାନେ,ଦୀନେଶ ଭାଇ ମଧ୍ୟ ତରବର ହୋଇ ନିର୍ଣ୍ଣୟ ନେଇ ଥିଲେ, ଏହି ଗୋପୀ ଭାଇଙ୍କ ଜୀବନ ସଦୃଶ୍ୟ ଅର୍ଥ ହୀନ ହୋଇଥାନ୍ତା !ପରିଶ୍ରମ କରି କାଠ ହାଣିବା ଭାଇକୁ, ପରିଶ୍ରମ ନ କରି ତଳେ ଥିବା କାଠ ଗୁଡିକୁ ଯୀଶୁବାପା ଯୋଗାଇଲେ !ଯୀଶୁବାପା ସର୍ବଦା ଆମକୁ ଉତ୍ତମ ହିଁ କରନ୍ତି !ଆମେ ତରବର ହୋଇ କୌଣସି ନିର୍ଣ୍ଣୟ ନେଇ, ଯୀଶୁବାପା ଦେଉଥିବା ଆଶୀର୍ବାଦକୁ ହରାଇବା ଉଚିତ ନୁହେଁ !ଓକେ ତ !

- ଶ୍ରୀମତୀ ସାରଳା ସୁଭାଷ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)