Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 09-08-2022

ଆଜିର ବାକ୍ୟ (Oriya) 09-08-2022

 

ସମୟ ନଷ୍ଟ କର ନାହିଁ 

 

“ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।“ - ଏଫିସୀୟ 5:15-16

 

ଜଣେ ରାଜା ତାଙ୍କ ରାଜ୍ୟର ଜଣେ ଗରିବକୁ ରାଜଭବନର ଚାବିକାଠି ଦେଇ କହିଲା, ଆଜି ସନ୍ଧ୍ୟା ସୁଧା ତୁମର ଯାହାଯାହା ଆବଶ୍ୟକ ସବୁ କାଢି ନିଅ !ଏହି ବ୍ୟକ୍ତି ଜଣକ ବହୁତ ଖୁସିରେ ଘରକୁ ଯାଇ, ତାର ସ୍ତ୍ରୀଙ୍କୁ ଏହି ବିଷୟରେ ଜଣାଇଲା !ସ୍ତ୍ରୀ କହିଲା, ଠିକ ଅଛି ସଙ୍ଗେସଙ୍ଗେ ଯାଇ ନେଇକି ଆଣ !କିନ୍ତୁ ସେ ବ୍ୟକ୍ତି ଜଣକ କହିଲା, ମୁଁ ମୋର ଆନନ୍ଦକୁ ଆଉ ଧରି ପାରୁ ନାହିଁ, ରାଜପ୍ରାସାଦ ଭୋଜନ ମୋତେ ରାନ୍ଧି ଦିଅ କହି, ଶୋଇ ପଡିଲା !ସେ ଆଖି ଖୋଲିକି ଦେଖିଲା କି ସନ୍ଧ୍ୟା ହୋଇ ଯାଇଛି !ତରତର ହୋଇ ରାଜଭବନକୁ ଯାଉଥିବା ରାସ୍ତାରେ ଆମ୍ବ ଗଛ ଦେଖିବା କ୍ଷଣି, ସେ ଗଛ ନିକଟକୁ ଯାଇ ଆମ୍ବ କାଟି ବସି ଖାଇବାକୁ ଆରମ୍ଭ କଲା !ସେ ଶେଷରେ ରାଜଭବନକୁ ଯିବା ପୂର୍ବରୁ ହିଁ ଅନ୍ଧାର ହୋଇ ଗଲା !ତରତର ହୋଇ ରାଜଭବନକୁ ଯାଉଥିବା ରାଜା ଦେଖି, ତୁମକୁ ଦିଆ ଯାଇଥିବା ଉତ୍ତମ ସୁଯୋଗକୁ ତୁମେ ହରାଇ ଦେଲ କହି, ତାହାକୁ ବାହାରକୁ ତଡିଦେଲା !

 

ମଣିଷକୁ ସଦାପ୍ରଭୁ ଦେଇଥିବା ମହାନ ପୁରସ୍କାର ସମୟ ଅଟେ !ଅନେକ ଥର ଆମକୁ ଦିଆ ଯାଇଥିବା ସମୟକୁ ନଷ୍ଟ କରି, ଆଶୀର୍ବାଦ ଗୁଡିକ ହରାଉଛୁ !ଆମ ଜୀବନରେ ବହୁମୂଲ୍ୟ ସମୟକୁ ବୃଥା କରୁଥିବା କିଛି ବିଷୟରେ ଆଜି ଆମେ ଧ୍ୟାନ କରିବା !

 

(1). ବନ୍ଧୁଙ୍କ ଠାରୁ ପ୍ରେରଣାକୁ ଆଶା କରି, ବୃଥା କାର୍ଯ୍ୟ ନିମନ୍ତେ ଅପେକ୍ଷାରେ ରହି ସମୟକୁ ନଷ୍ଟ କରିବା !

 

(2). ଅନ୍ୟମାନେ ଆମ୍ଭ ନିମନ୍ତେ କଣ ଭାବୁଛନ୍ତି ବୋଲି ଆଲୋଚନା କରି ସମୟ ନଷ୍ଟ କରି, କାର୍ଯ୍ୟ ନ କରି ରହିଯିବା !

 

(3). ବାଧାରେ ଥିବା ଅବସ୍ଥା ବିଷୟରେ ଗଭୀର ଭାବେ କଥା ହେଉ ଥିବା !

 

(4). ଅନ୍ୟମାନଙ୍କ ସହ ଆମ୍ଭଙ୍କୁ ସାମଞ୍ଜସ୍ୟ କରି ସମୟକୁ ନଷ୍ଟ କରିବା !

 

(5). ଥରେ ଭୂଲ କରିବା ସାଧାରଣ ଅଟେ , କିନ୍ତୁ କରିଥିବା ଭୂଲ ହିଁ ବାରମ୍ବାର କରି ସମୟ ନଷ୍ଟ କରିବା !

 

(6). ଆମ ଜୀବନକୁ ଉର୍ନ୍ନତି ସ୍ଥାନକୁ ନେଉଥିବା ବିଷୟରେ ଗୁରୁତ୍ୱ ନ ଦେଇ, ତାହାକୁ ଆଡ଼କୁ ଠେଲି ଦେଇ, ଅଯଥା ବିଷୟକୁ ଗୁରୁତ୍ୱ ଦେଇ ସମୟ ନଷ୍ଟ କରିବା !

 

(7). ପରାଜୟକୁ ଦେଖି କୁଟିଳ ହୋଇ, ଜୀବନରେ ଉଚ୍ଚ ସ୍ଥାନକୁ ନ ଯାଇ ସ୍ଥଗିତ ହେବା !

 

ପ୍ରିୟ ବନ୍ଧୁଗଣ, ପ୍ରେରିତ ପାଉଲ ଏଫିସୀୟଙ୍କୁ ଲେଖିଥିବା ପତ୍ରରେ ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ, କହିଛନ୍ତି !ଆମେ ଜୀବନଯାପନ କରିଥିବା ଏହି ସମାଜରେ ସମୟ ନଷ୍ଟ କରିବା କାର୍ଯ୍ୟ ଗୁଡିକ ଅଗଣାନା ରହିଛି !ଏଥି ମଧ୍ୟରୁ ଅପସାରିତ ହୋଇ, ଯୀଶୁଙ୍କୁ ଦେବା ସମୟ ତାହାଙ୍କୁ ଦେଇ, ତାହାଙ୍କ ପାଦ ନିକଟରେ ଜାଗି ରହିଲେ, ପୃଥିବୀର କାର୍ଯ୍ୟ ଗୁଡିକରେ କୁଟିଳତା ନ ହୋଇ ଜ୍ଞାନୀ ମାନଙ୍କ ସଦୃଶ୍ୟ ଜୀବନରେ ଉର୍ନ୍ନତି ସ୍ଥାନକୁ ଯାଇ ପାରିବା !ପ୍ରତ୍ୟେକ ଦିନ ପରମେଶ୍ୱର ଆମକୁ ଦେଉଥିବା ସୁଯୋଗ ଗୁଡିକୁ ଉପଯୋଗ କରି,ଆଶୀର୍ବାଦର ବିଜୟ ଜୀବନରେ ବଞ୍ଚି ପାରିବ !ଆମେନ୍ !

 

ଶ୍ରୀମତୀ ଜାଭା ଗାଣେଶ ଶେଖାର 

 

ପ୍ରାର୍ଥନାର ଅଂଶ :-

ଏକ ଲକ୍ଷ ଗାଁ ଦେଖା କରିବାକୁ ସାତ ହଜାର ମିଶିନାରୀ ପରମେଶ୍ୱର ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)