Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 03-08-2022

ଆଜିର ବାକ୍ୟ (Oriya) 03-08-2022

 

ଅସଦାଚରଣ 

 

“ସଦାପ୍ରଭୁ ମଙ୍ଗଳମୟ ଓ ସଙ୍କଟ ଦିନରେ ଦୃଢ଼ ଦୁର୍ଗ ଅଟନ୍ତି; ଆଉ, ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି; ସେମାନଙ୍କୁ ସେ ଜାଣନ୍ତି।“ - ନାହୂମ 1:7

 

ଉଣେଇଶ ଶତାଦ୍ଦୀରେ ଭାରତବର୍ଷରେ ଦେବଦାସୀ ରୂପେ ଅତ୍ୟନ୍ତ ଗୁରୁତ୍ୱ ଭାବେ ସାମାଜିକ ରୁଗ୍ଣତା ଦେଖାଗଲା !ଭକ୍ତ ହୋଇଥିବା ପିତାମାତା ତାଙ୍କ କନ୍ୟାସନ୍ତାନ ମାନଙ୍କୁ ନୃତ୍ୟ କରିବାକୁ, ଦେବାଳୟରେ ସେବକ ରୂପେ କାର୍ଯ୍ୟ କରିବାକୁ ଛାଡି ଦେଉଥାନ୍ତି !ସେମାନଙ୍କର ସନ୍ତାନ ମାନଙ୍କୁ ଦେବାଳୟରେ ଚାକରାଣୀ ଭାବରେ ରଖିଲେ, ତାହା ପ୍ରଭୁଙ୍କୁ ପ୍ରୀତି ଭାବଜନ ଥିବ ବୋଲି, ସେମାନଙ୍କ ପ୍ରତି ସେହି ପ୍ରଭୁଙ୍କର ଅନୁଗ୍ରହ ଥିବ ବୋଲି, ସେହି ପିଲାଙ୍କୁ ଦେବଦାସୀ ବୋଲି ନାମିତ କରି ଆନନ୍ଦିତ ହେଉଥାନ୍ତି !ଏହି ଦୁଃସ୍ଥିତିକୁ ବଳିଦାନ ହେଉଥିବା ମଇଳାମାନେ ଅନେକ ଅଟନ୍ତି !ସେଇ ଭଲି କାଳକୁ ଉଦ୍ଧାର କରିବାକୁ ଅଥବା ସମର୍ଥନ କରିବାକୁ କେହି ଆଗକୁ ନ ଆସିବା ଅବସ୍ଥା !ସେହି ସମୟରେ ଏମିକାର୍ମିକ ନାମକ ମାଆ, ଏହି ଵିପତ୍ତିରୁ ପ୍ରତିରୋଧ କରିବା କ୍ରୋଧରେ 1895 ମସିହାରେ ଆଇରଲାଣ୍ଡ ଠାରୁ ଭାରତ ଦେଶକୁ ଆସିଲା !ଛୋଟ ପିଲାମାନଙ୍କୁ, ସ୍ତ୍ରୀ ମାନଙ୍କୁ ନାଟକ କମ୍ପାନୀକୁ ବିକ୍ରୟ କରି ଦେଉଥାନ୍ତି !ସେହିପରି ଅନୈତିକ ଜୀବନ ମନୋରଞ୍ଜନ କରିବାକୁ 1926 ମସିହାରେ ଏମିକାର୍ମିକ ଡୋନାଉର ସୋସାଇଟି ସ୍ଥାପନ କଲେ !

 

ଅତ୍ୟନ୍ତ ଦରିଦ୍ରମାନଙ୍କୁ, ସ୍ୱାମୀ ପରିତ୍ୟକ୍ତ ସ୍ତ୍ରୀ ମାନଙ୍କୁ, ବିଧବା ମାନଙ୍କୁ, ଦୁଷ୍ଟମାନଙ୍କ ପାଇଁ ଏବଂ ଅନାଥ ମାନଙ୍କ ପାଇଁ ଆଶ୍ରୟ ଦେବା ଦ୍ଵାରା, ସେ ଖ୍ରୀଷ୍ଟଙ୍କ ପ୍ରେମକୁ ତାଙ୍କ କାର୍ଯ୍ୟରେ ଦେଖାଇଲା !ଏହି ବ୍ୟବସ୍ଥାକୁ ପଲୁକୁନ୍ତ ନାମ ଦେଲା !ଆଜି ବି ସୋସାଇଟିରେ ହଜାରରୁ ଉର୍ଦ୍ଧ ଲୋକଙ୍କୁ ପୋଷଣ କରି ଆସୁଛି !ଆଜି ବି ଅନାଟନରେ, ଦରିଦ୍ରତାରେ ଜୀବନଯାପନ କରୁଥିବା ମହିଳାମାନେ ତାଙ୍କ ଦରିଦ୍ରତାକୁ ଦୂର କରିବାକୁ, ପରିବାର ପୋଷଣ ନିମନ୍ତେ ବ୍ୟାବିଚାରକୁ ଜଳ ସଦୃଶ୍ୟ ପିଉଛନ୍ତି !ମୁଁ କାର୍ଯ୍ୟ କରୁଥିବା ସରକାରୀ ବିଦ୍ୟାଳୟରେ, ତାର ତିନୋଟି ସନ୍ତାନକୁ ଛାଡ଼ିଦେଇ ଅନ୍ୟ ସ୍ୱାମୀକୁ ଚାଲି ଯାଇଥିବା ମାଆକୁ ମୁଁ ଦେଖିଚି !ଅନ୍ୟ ପରିବାରରେ ଦୁଇ ଜଣ ସନ୍ତାନକୁ ଜଣେ ବୁଢ଼ୀମାଆଙ୍କ ନିକଟରେ ଛାଡିଦେଇ, ସେମାନଙ୍କର ପିତାମାତା ଚାଲିଗଲେ !ସେହିପରି ପିଲାମାନେ ରାତିଦିନ ଖାଦ୍ୟ ନ ଥାଇ କେବଳ ମଧ୍ୟାହ୍ନ ସମୟରେ ହିଁ ସ୍କୁଲରେ ଦିଆଯାଉଥିବା ଖାଦ୍ୟ ଆତୁରରେ ଭୋଜନ କରୁଥାନ୍ତି !କେହି ନ ଥିବା ହେତୁ, ଆବର୍ଜନାର ଚୁଟି, ମଇଳା ବସ୍ତ୍ରରେ ଆସୁଥିବା ପିଲାଙ୍କୁ ଦେଖି ମୁଁ ବହୁତ ଦୁଃଖ ହେଲି !

 

ପାପୀମାନଙ୍କୁ ଉଦ୍ଧାର କରିବାକୁ ହିଁ, ଏହି ଜଗତକୁ ମନୁଷ୍ୟ ରୂପେ ଆସିଥିବା ଯୀଶୁ, ବ୍ୟବିଚାରରେ ଛନ୍ଦି ହୋଇଥିବା ସ୍ତ୍ରୀକୁ କ୍ଷମା କରି, ତାହାଙ୍କୁ କହିଲେ, ଆଜି ଠାରୁ ଆଉ ତୁମେ ପାପ କର ନାହିଁ !ଖ୍ରୀଷ୍ଟିଆନ ମାନଙ୍କୁ ରହିଥିବା ବଡ଼ ଲକ୍ଷଣ କ୍ଷମା ଆମ ସମସ୍ତଙ୍କ ସହିତ ଅଛି କି ? 

- ଶ୍ରୀମତୀ ଜସ୍ମିନ ପାଉଲ 

 

ପ୍ରାର୍ଥନାର ଅଂଶ :-

ମିଶିନାରୀ ପିଲାଙ୍କ ପାଠର ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)